ମୋହନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ବିଶ୍ୱବିଦ୍ୟାଳୟ ସଂଶୋଧାନ ଆଇନ-୨୦୨୦ର ହେବ ସଂଶୋଧାନ!

ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନରେ ହେବ ସଂଶୋଧନ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ଚିଠି ଲେଖିଛନ୍ତି। ଆଇନରେ ଥିବା ଅସଙ୍ଗତି ଦୂର ସହ ଆବଶ୍ୟକ ସଂଶୋଧନ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ। ଶିକ୍ଷାର ମାନଦଣ୍ଡ ବଜାୟ ରଖିବାକୁ ସଂଶୋଧନ ଉପରେ ଗୁରୁତ୍ବ ଦିଆଯାଇଛି। ଗୋଟିଏ ପଟେ ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡିକରେ ଆବଶ୍ୟକୀୟ ପ୍ରଫେସର, ଅଧ୍ୟାପକ ପଦବୀ ଫାଙ୍କ ପଡିଛି। କିନ୍ତୁ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ ସୁପ୍ରିମକୋର୍ଟରେ ଝୁଲି ରହିଥିବାରୁ ସ୍ଥାୟୀ ନିଯୁକ୍ତି ହୋଇପାରୁନି। ଯାହାଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏଭଳି ସ୍ଥିତିରେ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ- ୨୦୨୦ର ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି, ପୂର୍ବ ସରକାର ରାଜନୈତିକ ଉଦେଶ୍ୟ ରଖି ଆଇନ ପ୍ରଣୟନ କରିଥିଲେ । ଏହି ଆଇନ ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ୱାୟତ୍ତତାକୁ ଛଡ଼ାଇ ନେଇଛି । ତେଣୁ ଏବେ ଆଇନଗତ ଅସଂଗତିକୁ ସୁଧାରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।

Leave a Reply

Your email address will not be published. Required fields are marked *