ଆଜିଠୁ ଆରମ୍ଭ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା
ଆଜି ଆରମ୍ଭ ହୋଇଛି ବରଗଡ଼ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା, ସହରଟି ସଂପୂର୍ଣ୍ଣ ଭାବରେ ପାଲଟିଯିବ ମଥୁରାନଗରୀରେ । ଆଉ ଶାସନ ଭାର ଚାଲିଯିବ ମହାରାଜ କଂସଙ୍କ ହାତକୁ । ୧୧ ଦିନ ଧରି ମଥୁରା ନଗରୀରେ କଂସର ଅତ୍ୟାଚାରରେ ହେବ ଥରହର । ଉଦ୍ଘାଟନ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ବରଗଡ ହାଟପଦାରେ ମହାରାଜ କଂସଙ୍କ ରାଜଦରବାର, ଲୋକମଣ୍ଡପ ପଡ଼ିଆରେ ରଂଗ ମହଲ ନିର୍ମାଣ ଶେଷ ପର୍ୟ୍ୟାୟରେ ପହଞ୍ଚି ସାରିଥିବା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ୱାଗତ୍ କରିବା ପାଇଁ ସଜେଇ ହୋଇଛି ଗୋପପୁର ଅମ୍ବାପାଲି । ଆଜି ଅପରାହ୍ନରେ ପ୍ରଚାର ପ୍ରସାର କମିଟି ତରଫରୁ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଆରମ୍ଭ ହେବ ୭୭ ତମ ବରଗଡ ଧନୁଯାତ୍ରା । ୧୧ ଦିନ ଧରି ପାଳିତ ହେଉଥିବା ଏହି ଧନୁଯାତ୍ରା ପାଇଁ ବରଗଡ ସହର ଚଳଚଚଂଳ ହୋଇପଡିଛି । ସହର ସାରା ଉଜ୍ଜଳ ଆଲୋକମାଳାରେ ସଜ୍ଜିତ କରାଯାଇଛି ଧନୁଯାତ୍ରା ପାଇଁ । ଅପରାହ୍ନରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କଠାରେ ପହଂଚିବ । ସେଠାରେ ଯାତ୍ରାର ସଫଳତା ନେଇ ପୂଜାର୍ଚ୍ଚନା କରାଯିବା ପରେ ସେହି ଶୋଭାଯାତ୍ରା ହାଟପଦାସ୍ଥିତ ରାଜଦରବାରକୁ ପହଂଚିବାର କାର୍ୟ୍ୟକ୍ରମ ରହିଛି । ଶୋଭାଯାତ୍ରା ରାଜଦରବାରରେ ପହଚିଂବା ପରେ ଆନୁଷ୍ଠାନିକ ଭାବରେ ଉଦଘାଟିତ ହେବ ୭୭ ତମ ବରଗଡ ଧନୁଯାତ୍ରା ଓ ସେହିପରି ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକ କମିଟି ଲାଗି ପଡିଥିବା ବେଳେ ମଥୁରାବାସୀ ଅପେକ୍ଷା କରି ରହିଛନ୍ତି ସେହି ଶୁଭମୁହୁର୍ତ୍ତକୁ । ଏହାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି କ୍ଷ