କଂସ ବଧ ସହ ସମାପ୍ତ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା
କଂସ ବଧ ସହ ସମାପ୍ତ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଭଣଜା କୃଷ୍ଣ ହାତରେ ମାମୁଁ କଂସଙ୍କ ହୋଇଛି ମୃତ୍ୟୁ । ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି , ଅତ୍ୟାଚାରକୁ ନେଇ ହୋଇଥିବା ଧନୁଯାତ୍ରା ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ , ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଓ ଧର୍ମର ହୋଇଛି ଜୟ । ଏହା ଥିଲା ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ । ଶାନ୍ତି ଶୃଙ୍ଖଳା ସହ ଲକ୍ଷାଧିକ ଦର୍ଶକ ଧନୁଯାତ୍ରା ଉପଭୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଜିଲ୍ଲାପାଳ ।୨୪ ଡିସେମ୍ବର ୨୦୨୫ ରୁ ଆରମ୍ଭ ହୋଇଥିବା ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶନିବାର ବିଳମ୍ବିତ ରାତିରେ ସମାପ୍ତ ହୋଇଛି ।
