ଏୟାର ଇଣ୍ଡିଆର ୩ ଅଧିକାରୀଙ୍କୁ ବହିଷ୍କାର ନିର୍ଦ୍ଦେଶ
ଏୟାର ଇଣ୍ଡିଆର ତିନି ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ବିଦା କରିବାକୁ ନିର୍ଦ୍ଦେଶ ଦେଇଛି DGCA । କାର୍ଯ୍ୟରେ ଅବହେଳା ନେଇ କାର୍ଯ୍ୟରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ । ଏହା ସହ ତିନି ଅଧିକାରୀଙ୍କ ବିରୋଧରେ ଆଭ୍ୟନ୍ତରୀଣ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ରିୟୁ ସିଡ୍ୟୁଲିଂରେ ବିଫଳତା, ତୀକ୍ଷଣ ମନିଟରିଂ ଓ ଦାୟିତ୍ବ ପାଳନରେ ଅବହେଳା ନେଇ ଏମାନଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିମାନ ସୁରକ୍ଷା ପ୍ରୋଟକଲର ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ଡିଭିଜନାଲ ଭାଇସ ପ୍ରେସିଡେଣ୍ଟ ମଧ୍ୟ ରହିଛନ୍ତି । ଚୁରା ସିଂହ (ଡିଭିଜନାଲ ଭାଇସ୍ ପ୍ରେସିଡେଣ୍ଟ), ପିଙ୍କି ମିତ୍ତଲ (ମୁଖ୍ୟ ପରିଚାଳକ- କ୍ରୁ ସିଡଲ୍ୟୁିଂ) ଏବଂ ପାୟଲ ଆରୋରା (କ୍ରୁ ସିଡଲ୍ୟୁିଂ- ପ୍ଲାନିଂ) । ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏଆଇ ୧୭୧ ପ୍ଲେନ କ୍ରାସ ପରେ ଏହି ନିର୍ଦ୍ଦେଶ ଦେଇଛି ଡିଜିସିଏ । ଡିଜିସିଏ ଏୟାର ଇଣ୍ଡିଆକୁ କହିଛନ୍ତି, ସେମାନେ ନିଜର ସିଡ୍ୟୁଲିଂ ପ୍ରକ୍ରିୟାରେ ସୁଧାର କରନ୍ତୁ, ଏହାଦ୍ବାରା ଭବିଷ୍ୟତରେ କୌଣସି ପ୍ରକାରର ଭୁଲ୍ ଯେପରି ନ ହୁଏ । ଏହାଛଡା ଉଡ଼ାଣ ସୁରକ୍ଷାକୁ ନେଇ କୌଣସି ପ୍ରକାରର ଅଣଦେଖା କରାଯିବ ନାହିଁ ବୋଲି ଡିଜିସିଏ କହିଛି ।
