ଅବସର ପାଇଁ ଅନୁମତି ଦେଲେ ସରକାର
ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ । ଅବସର ନେବାକୁ ଅନୁମତି ମାଗିଥିଲେ ଏବଂ ଏହାକୁ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ତେବେ ଡିସେମ୍ବର ୩୧ରେ ଅବସର ନେବେ ସୁନୀଲ ବଂଶଲ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହାକୁ ରାଜ୍ୟ ସରକାର ମଧ୍ୟ ଅନୁମତି ଦେଇଛନ୍ତି।
ତେବେ ସୂଚନା ଅନୁସାରେ ଅବଶିଷ୍ଟ ଦୁଇ ବର୍ଷ କାର୍ଯ୍ୟକାଳ ସରିବାରୁ ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ । ସେ ୧୯୮୭ ବ୍ୟାଚର ଓଡିଶା କ୍ୟାଡରର IPS ଅଫିସର । ମୟୂରଭଞ୍ଜ ଏସ୍ପି ଭାବେ ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୭ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇଥିଲେ । ତେବେ ସୁନୀଲ ବଂଶଲଙ୍କ କାର୍ଯ୍ୟ ଦକ୍ଷତା ବେଶ୍ ଜନାଦୃତ ହୋଇଥିବା ପରିଲକ୍ଷିତ ହୋଇଛି।