ଶ୍ରୀମନ୍ଦିର ଭିତରେ ଫଟୋ ନେବାବେଳେ ଧରାପଡ଼ିଲେ ଅଣଓଡ଼ିଆ ଭକ୍ତ

ଶ୍ରୀମନ୍ଦିର ଭିତରେ ଫୋନ, ଧରାପଡ଼ିଲେ ଅଣଓଡ଼ିଆ ଭକ୍ତ

ଶ୍ରୀମନ୍ଦିର ଭିତରେ ଫଟୋ ନେବାବେଳେ ଧରାପଡ଼ିଲେ ଅଣଓଡ଼ିଆ ଭକ୍ତ। ସିଂହଦ୍ୱାର ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ୍ ।ଜଣେ ଓଡ଼ିଆ ଭକ୍ତ ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଯୁକ୍ତ ମୋବାଇଲ୍ ନେଇ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । ଭିତରେ ଫଟୋ ଉଠାଇବାକୁ ଉଦ୍ୟମ ହେବାବେଳେ ଧରା ପଡ଼ିବାରୁ ପୋଲିସ ଓ ଜେଟିପି ସହ ପାଟିତୁଣ୍ଡ କରିଥିଲେ । ଏପରିକି ପୋଲିସକୁ ମୋବାଇଲ୍ ହ୍ୟାଣ୍ଡ ଓଭର କରିନଥିଲେ । ପୋଲିସ୍ ଗାଳି ଗୁଲଜ କରିବା ସହ ବହପ ଦେଖାଇଥିଲେ ସମ୍ପୃକ୍ତ ଅଣଓଡ଼ିଆ ଭକ୍ତ । ଥାନାକୁ ଆସିବା ପରେ ପୁଣି ଶ୍ରୀମନ୍ଦିର କୁ ମୋବାଇଲ୍ ନେଇ ଯିବେ ବୋଲି ଖଲାଖୋଲି ପୋଲିସ ଆଗରେ ଫୁଟାଣି ମାରିଥିଲେ ।ପୋଲିସ ତାକୁ ସିଂହଦ୍ୱାର ଆଣି ପଚରାଉଚରା କରିଛି ।ତେବେ ଯାଞ୍ଚ କରିବା ପାଇଁ ସିଂହଦ୍ୱାର ଥାନାରେ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ନଥିବା ବେଳେ ଜଣେ ମହିଳା ଷ୍ଟାଫ ହିଁ ଉପସ୍ଥିତ ଥିଲେ।