ଠିକାଦାରଙ୍କୁ ଠକିଦେଲା ବିନ୍ଧିଆ ଟେଲି ଲିଙ୍କସ୍ କମ୍ପାନୀ !
ବକେୟା ଟଙ୍କା ଦେବା ଦାବିରେ ଠିକାଦାରଙ୍କ ଧାରଣା । ପାଣିକୋଇଲି ସ୍ଥିତ ବିନ୍ଧିଆ ଟେଲି ଲିଙ୍କସ୍ କମ୍ପାନୀ କାର୍ଯ୍ୟାଳୟରେ ସମ୍ମୁଖରେ ଠିକାଦାର ମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ସୂଚନ ଅନୁସାରେ କେନ୍ଦ୍ର ସରକାର ଦିନଦୟାଲ ଗ୍ରାମ୍ୟଜ୍ୟୋତି ଯୋଜନାରେ ଯାଜପୁର ଜିଲ୍ଲାର ଅନେକ ଠିକାଦାର ବିଦ୍ୟୁତ ରିପାରିଂ କାର୍ଯ୍ୟ କରିଥିଲେ । ତେବେ ଏହି ଠିକାଦାର ମାନେ କାର୍ଯ୍ୟ କରିବାର ଅନେକ ଦିନ ବିତିଗଲା ପରେବି ଠିକା କାର୍ଯ୍ୟ ଦେଇଥିବା ସମ୍ପୃକ୍ତ କମ୍ପାନୀ ସେମାନଙ୍କ ବକେୟା ଟଙ୍କା ଦେଉନାହିଁ । ଯାହାକୁ ନେଇ ବକେୟା ଟଙ୍କା ଦେବା ଦାବିରେ ୪ଜଣ ଠିକାଦାର ପାଣିକୋଇଲି ସ୍ଥିତ ବିନ୍ଧିଆ ଟେଲି ଲିଙ୍କସ୍ କମ୍ପାନୀ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।