ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉତ୍କର୍ଷ ନିମାପଡ଼ା ସମ୍ମିଳନୀ’ରେ ବର୍ଷକର ରିପୋର୍ଟ କାର୍ଡ ଦେଲେ । ନିର୍ବାଚନ ବେଳେ କଥା ଦେଇଥିଲି, ଅଫିସର୍ ଆପଣଙ୍କ ଦାଣ୍ଡକୁ ଯିବେ’ । ୧୧ଟି ବିଭାଗର ୩୩ ଜଣ ଅଫିସର୍ଙ୍କୁ ସାମ୍ନାରେ ଆଣିଛି’ । ଜଳ ନିଷ୍କାସନ, ସଡ଼କ ନିର୍ମାଣ, ମେଗା ପାନୀୟ ଜଳ ପ୍ରକଳ୍ପ ଉଦାହରଣ’ । ୮ଟି ମନ୍ଦିରର ଉନ୍ନତିକରଣ ପାଇଁ ଅର୍ଥ ଅନୁମୋଦନ ହୋଇଛି’ । ‘୧୭ ଲକ୍ଷ ଟଙ୍କା ବ୍ୟୟରେ ସ୍ବର୍ଗ ରଥ ପ୍ରଦାନ କରାଯାଇଛି’। ଶିକ୍ଷା ପାଇଁ ୨୨ କୋଟି, ଗମନାଗମନ ପାଇଁ ୧୪୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ‘ପାନୀୟ ଜଳ କ୍ଷେତ୍ରରେ ୨୧୩ କୋଟି ବ୍ୟୟ କରାଯାଇଛି’। ଉତ୍କର୍ଷ ନିମାପଡ଼ା ୨୦୩୬ ପାଇଁ ରୋଡ୍ମ୍ୟାପ୍ ନେଇ ଆଲୋଚନା’ହୋଇଛି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।
