ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ଭେଟଘାଟ୍ ।  ଓଡ଼ିଶାରେ ରାଜନୈତିକ ଉଷ୍ଣତା ।  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଉଭୟ ନେତାଙ୍କ ମଧ୍ୟରେ ୱାନ ଟୁ ୱାନ ଆଲୋଚନା ହୋଇଛି ।  ଭେଟଘାଟ୍ ବେଳେ କଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇନାହିଁ। ମୋଦିଙ୍କୁ ମହାପ୍ରଭୁଙ୍କ ମହାପ୍ରସାଦ ଦେଇଛନ୍ତି କେଭି ।  ମୋଦି-କେଭିଙ୍କ ସାକ୍ଷାତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ବହନ କରୁଛି ।  ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।