ମହାମେଣ୍ଟରେ ଫାଟ ଗୁଜବକୁ ଖଣ୍ଡନ କଲେ ଶିନ୍ଦେ

ମହାମେଣ୍ଟରେ ଫାଟ ଗୁଜବକୁ ଖଣ୍ଡନ କଲେ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ

ମହାରାଷ୍ଟ୍ରର ମହାମେଣ୍ଟରେ ଫାଟ ଗୁଜବକୁ ଖଣ୍ଡନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ।  ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସହ ତାଙ୍କର ସବୁକିଛି ଠିକ୍ ଠାକ୍ ଚାଲିଛି ବୋଲି ଶିନ୍ଦେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସମ୍ମିଳନୀରେ ଶିନ୍ଦେଙ୍କ ସହ ଫଡ୍‌ନବିସ୍‌ ଏବଂ ଅଜିତ ପାଓ୍ବାର ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଶିନ୍ଦେ କହିଥିଲେ, ମୋତେ ହାଲୁକା ଭାବେ ନିଅନାହିଁ। ତାଙ୍କର ଏହି ମନ୍ତବ୍ୟରୁ ମହାମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।ମେଣ୍ଟରେ ଶୀତଳ ଯୁଦ୍ଧ ଚାଲିଛି କି ବୋଲି ପ୍ରଶ୍ନ ହେବାରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ମଧ୍ୟରେ ଶୀତଳ ଯୁଦ୍ଧ କିପରି ହେବ କହି ଶିନ୍ଦେ ପରିହାସ କରିଛନ୍ତି। ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ନେଇ ଆପଣମାନେ ଯେତେ ଚାଞ୍ଚଲ୍ୟକର ଖବର କରିବାକୁ ଉଦ୍ୟମ କଲେ ବି କିଛି ଯାଏଆସେ ନାହିଁ। ଆମ ମେଣ୍ଟ ଭାଙ୍ଗିବାର ନାହିଁ ବୋଲି ଶିନ୍ଦେ ସ୍ପଷ୍ଟ କରିଦେଇଛନ୍ତି।