ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା

ବଡ଼ ଅକ୍ଷରରେ ଲେଖିବେ ଡାକ୍ତର

ବଡ଼ ଅକ୍ଷରରେ ଲେଖିବେ ଡାକ୍ତର । ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ସ୍ପଷ୍ଟ ଅକ୍ଷରରେ କିମ୍ବା ଟାଇପ କରି ଔଷଧ ଚିଠା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଛି ନିର୍ଦ୍ଦେଶନାମା । ଏଥିରେ କୁହାଯାଇଛି, ସ୍ପଷ୍ଟ ଅକ୍ଷରରେ ଔଷଧ ଚିଠା ଲେଖିବେ ଡାକ୍ତର କିମ୍ବା ଟାଇପ କରି ରୋଗୀଙ୍କୁ ଔଷଧ ଚିଠା ଦେବେ। ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲର ଡାକ୍ତରଙ୍କୁ ନିର୍ଦ୍ଦେଶ। କ୍ୟାପିଟାଲ ଲେଟରରେ ଲେଖିବେ ଶବ ବ୍ୟବଚ୍ଛେଦ ରିପୋର୍ଟ। ସ୍ପଷ୍ଟ ଅକ୍ଷରରେ ଲେଖିଲେ ନ୍ୟାୟିକ ପ୍ରକ୍ରିୟାରେ ସୁବିଧା ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ଏଭଲି ବିଜ୍ଞପ୍ତି ପ୍ରକାଶ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରସାନନ୍ଦ ଭୋଇ ବନାମ ରାଜ୍ୟ ସରକାର ମାମଲାରେ ଏଭଳି ସର୍କୁଲାର ଜାରି କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ୨୦୧୫ରେ ଢେଙ୍କାନାଳ ଜିଲ୍ଲା କଣସରା ଗାଁର ସୌଭାଗ୍ୟ ରଞ୍ଜନ ଭୋଇଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିଲା । ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଅସ୍ପଷ୍ଟ ହସ୍ତାକ୍ଷର ପାଇଁ ପରିବାରକୁ କ୍ଷତିପୂରଣ ମିଳିନଥିଲା । ଏନେଇ ସୌଭାଗ୍ୟଙ୍କ ବାପା ରସାନନ୍ଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।