ଭୁବନେଶ୍ୱର ଏୟାର କ୍ୱାଲିଟି ଇଣ୍ତେକ୍ସ ୨ ଶହ ପାର୍
କୁହୁଡ଼ି ବଳୟୟରେ ଟ୍ୱିନ୍ ସିଟି । ଚାରିଆଡ଼େ କୁହୁଡ଼ିର ଧଳା ଆବରଣରେ ଢାଙ୍କି ହୋଇ ରହୁଛି ଆକାଶ । ଆଜି ରାଜ୍ୟର ଟ୍ୱିନ୍ ସିଟିରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । ଏହା ସହ ରାଜ୍ୟର ଅନେକ ଅଞ୍ଚଳରେ କୁହୁଡ଼ି ଆସ୍ତରଣ ପଡ଼ିରହୁଛି । କୁକୁଡ଼ି ପାଇଁ ରାସ୍ତା ଘାଟା ଦିଶୁ ନାହିଁ ଫଳରେ ଗାଡ଼ି ଚଳାଇବାକୁ ନାହିଁ ନଥିବା ଅସୁବିଧା ହେଉଛି । ଅନ୍ୟପକ୍ଷରେ ଆସନ୍ତା ୭ ଦିନ ମଧ୍ୟରେ ଲଘୁଚାପ ହେବାର ସମ୍ଭାବନା ନାହିଁ । ଭୁବନେଶ୍ୱର ଏୟାର କ୍ୱାଲିଟି ଇଣ୍ତେକ୍ସ ୨ ଶହ ପାର୍ କରିଥିବା ନେଇ ସୂଚନା । ଘନ କୁହୁଡି ଯୋଗୁଁ ଯାତାୟାତରେ ବାଧାପ୍ରାପ୍ତ ହୋଇଛି ଏପରିକି ଶହେ ମିଟର ଆଗକୁ କିଛି ଦେଖାଯାଉନାହିଁ । ସେହିପରି ପୁରୀରେ ମଧ୍ୟ ଘନ ଘନ କୁକୁଡି ଦେଖିବାକୁ ମିଳିଛି । ଘନ କୁହୁଡିରେ ଆଚ୍ଛାଦିତ ହୋଇ ରହିଛି ଶ୍ରୀମନ୍ଦିର । ହେଲେ ରାଜ୍ୟରେ ଏପର୍ଯ୍ୟନ୍ତ ହୋଇ ନାହିଁ ଶୀତର ଏଣ୍ଟ୍ରୀ । ଘନ କୁହୁଡି ପାଇଁ ଭୁବନେଶ୍ୱର ଜାତୀୟ ରାଜପଥରେ ଗମନାଗମନରେ ବାଧା ଉପଜିଛି ଏବଂ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତେବେ ଦୀପାବଳି ପାଇଁ ଅଧିକ ବାଣ ଫୁଟିବାରୁ ପ୍ରଦୂଷଣ ବଢ଼ିଛି ଯେଉଁଥି ପାଇଁ କୁହୁଡ଼ି ହୋଇଥିବା ନେଇ ସନ୍ଦେହ କରାଯାଉଛି ।