ଦିଲ୍ଲୀ-ଏନସିଆରରେ ଘନ କୁହୁଡି : ୧୨୮ ବିମାନ ବାତିଲ, ୫୦ରୁ ଅଧିକ ଟ୍ରେନ ବିଳମ୍ବ
ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ଘନ କୁହୁଡି ଏବଂ ବାୟୁ ପ୍ରଦୂଷଣ ଯୋଗୁଁ ଲୋକଙ୍କ ଅବସ୍ଥା ବହୁତ ଖରାପ ରହିଛି । ପ୍ରଦୂଷଣ ଯୋଗୁଁ ଭିଜିବିଲିଟି କମ୍ ରହିଛି । ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର କହିବାନୁସାରେ, ଦିଲ୍ଲୀର ବାୟୁ ମାନକ ଅତି ଖରାପ ହେବାକୁ ବସିଲାଣି । ପାଣିପାଗ ବିଭାଗ ଅରେଞ୍ଜ୍ ଆଲର୍ଟ ଜାରି କରିଛି । ଏକ୍ୟୁଆଇ ୪୦୦ ଉପରେ ରହିଛି । ଏଥିପାଇଁ ରେଳ ଏବଂ ବିମାନ ଯାତ୍ରା ପ୍ରଭାବିତ ହୋଇଛି ।ରବିବାର ଖରାପ ଭିଜିବିଲିଟି ଯୋଗୁଁ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ୧୫୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା । ସେହିପରି ଆଜି ୧୨୮ ବିମାନ ଉଡ଼ାଣ ବାତିଲ ହୋଇଛି । ଏଥିରେ ୬୪ ଆସିବାକୁ ଏବଂ ୬୪ ଉଡ଼ାଣ ଭରିବାକୁ ଥିଲା । ୮ଟି ବିମାନକୁ ଡାଇଭର୍ଟ କରାଯାଇଥିବା ବେଳେ ୩୦ରୁ ଅଧିକ ବିମାନ ବିଳମ୍ବରେ ଚାଲୁଛି । ଏଥିପାଇଁ ଏୟାରଲାଇନ୍ସ ପକ୍ଷରୁ କଷ୍ଟମର ସପୋର୍ଟ ନମ୍ବର ଜାରି କରିଛି । ଏୟାରପୋର୍ଟରେ ସାମାନ୍ୟ ଭିଜିବିଲିଟି ଯୋଗୁଁ ବିମାନ ଚଳାଚଳ ସାମାନ୍ୟ ହୋଇଛି ।ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଏୟାରପୋର୍ଟ ଯାତ୍ରୀ ଜାରି ଗାଇଡଲାଇନରେ କହିଛି, ଦିଲ୍ଲୀ ଏୟାରପୋର୍ଟରେ ଭିଜିବିଲିଟିରେ ସୁଧାର ହେଉଛି । ସମସ୍ତ ବିମାନ ଅପରେସନ ସାମାନ୍ୟ ଭାବେ ଚାଲିଛି । ଯାତ୍ରୀଙ୍କୁ ଅନୁରୋଧ କି, ବିମାନର ଷ୍ଟାଟସ ଦେଖି ନିଜ ନିଜ ଏୟାରଲାଇନ କମ୍ପାନୀ ସହିତ ସଂପର୍କ କରନ୍ତୁ । ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ସକାଳ ୮ଟାରେ ଏକ ଆଡଭାଇଜରୀ ଜାରି କରାଯାଇଛି, ଭିଜିବିଲିଟିରେ ସୁଧାର ହେବାର ଅପଡେଟ୍ ମିଳିଛି ।ସେହିପରି ଘନ କୁହୁଡି ଏବଂ ଖରାପ ପ୍ରଦୂଷଣ ଯୋଗୁଁ ବିମାନ ସହିତ ଅନେକ ଟ୍ରେନ ମଧ୍ୟ ବିଳମ୍ବିତ ରହିଛି । ଦେଶର ବିଭିନ୍ନ ଭାଗରୁ ଦିଲ୍ଲୀକୁ ଆସୁଥିବା ଟ୍ରେନ ଭିଜିବିଲିଟି ଯୋଗୁଁ ବିଳମ୍ବ ହୋଇଛି । ଆଜି ସକାଳୁ ପ୍ରାୟ ୫୦ରୁ ଅଧିକ ଟ୍ରେନ ବିଳମ୍ବରେ ଚାଲୁଛି । ଘନ କୁହୁଡି ଯୋଗୁଁ ଟ୍ରେନ ବିଳମ୍ବ ଯୋଗୁଁ ଷ୍ଟେସନରେ ଯାତ୍ରୀମାନେ ହଇରାଣ ହେଉଛନ୍ତି ।
