ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି

ଘନ କୁହୁଡି ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ

ରାଜ୍ୟରେ ଜାରି ରହିଛି ଶୀତ ପ୍ରଭାବ । ଉପକୂଳ ଅପେକ୍ଷା ଆଭ୍ୟନ୍ତରରେ ଅପେକ୍ଷାକୃତ ଶୀତର ପ୍ରଭାବ ଅଧିକ ରହିଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଅନ୍ୟପଟେ ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ହେବ । ଗତ ୨୪ ଘଣ୍ଟାରେ ସେମିଳିଗୁଡାରେ ସର୍ବନିମ୍ନ ୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ପ୍ରବଳ ଜାଡ଼ ସାଙ୍ଗକୁ ଘନ କୁହୁଡି ଯୋଗୁ ହଇରାଣ ହେଉଛନ୍ତି ଜନସାଧାରଣ ।

Leave a Reply

Your email address will not be published. Required fields are marked *