ରାଉରକେଲା ବାସୀଙ୍କୁ ଡରାଇଲାଣି ଡେଙ୍ଗୁ

ରାଉରକେଲାରେ ଡେଙ୍ଗୁ ଆତଙ୍କ, ୧୪ ରୋଗୀ ଚିହ୍ନଟ

ରାଉରକେଲା ବାସୀଙ୍କୁ ଡରାଇଲାଣି ଡେଙ୍ଗୁ। ସେକ୍ଟର ୧୪ ଅଂଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ସରକାରୀ ମେଡ଼ିକାଲର ତଥ୍ୟ ଅନୁଯାୟୀ ଜାନୁଆରୀରୁ ଏପର୍ୟ୍ୟନ୍ତ ମୋଟ ୧୪ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଛନ୍ତି। ପାଖାପାଖି ୭୭୧ ଜଣଙ୍କ ନମୁନା ସଂଗ୍ରହ ହୋଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେବଳ ସରକାରୀ ଡାକ୍ତରଖାନା ନୁହେଁ ରାଉରକେଲାର ଅନେକ ଘରୋଇ ମେଡ଼ିକାଲରେ ମଧ୍ୟ ଡେଙ୍ଗୁ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଥିବା ଜଣାପଡିଛି। ଏହି ସମସ୍ତ ଡେଙ୍ଗୁ ଆକ୍ରାନ୍ତ ମାନେ ରାଉରକେଲାର ମାଲଗୋଦାମ, ବାଲୁଘାଟ, ଗୋପବନ୍ଧୁପଲ୍ଲୀ, ଛେଣ୍ଡ କଲୋନୀ ଓ ଇସ୍ପାତ ସହରାଞ୍ଚଳର। ଏହି ସ୍ଥାନରୁ ଡେଙ୍ଗୁ ଚିହ୍ନଟ ପଛରେ ସ୍ଥାନୀୟ ଅଂଚଳର ବିପର୍ୟ୍ୟସ୍ତ ପରିମଳ ବ୍ୟବସ୍ଥାକୁ ଦାୟୀ କରାଯାଇଛି।

Leave a Reply

Your email address will not be published. Required fields are marked *