ଡେଙ୍ଗୁ ନେଲା ପ୍ରସୂତିଙ୍କ ଜୀବନ

ପୁଣି ଡେଙ୍ଗୁ ନେଲା ଜୀବନ

ପୁଣି ଡେଙ୍ଗୁ ନେଲା ଜୀବନ । ଡେଙ୍ଗୁରେ ଜଣେ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଏ ନେଇ କ୍ୟାପିଟାବ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ମୃତକ ଜଣକ ହେଲେ କେନ୍ଦ୍ରାପଡା ରାଜକନିକା ଅଞ୍ଚଳର । ୭ଦିନ ତଳେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ନବଜାତ ଶିଶୁ ସୁସ୍ଥ ଥିବା ବେଳେ ମହିଳାଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଦେଖା ଦେଇଛି ଡେଙ୍ଗୁ ଆତଙ୍କ । କିଛିଦିନ ତଳେ ଜଣେ ୭ବର୍ଷର ଶିଶୁର ପ୍ରାଣ ଯାଇଥିବା ବେଳ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରୁ ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ।

କ୍ୟାପିଟାଲ ହସ୍ପିଟାଲରୁ ମିଳିଥିବା ତଥ୍ୟ ଅନୁସାରେ ୩୮ ଜଣ ନୂଆ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୨୮ ଜଣ ଚିକିତ୍ସାଧୀନ ଅଛନ୍ତି । ଏମିତିରେ ଦେଖିଲେ ଗତ ତିନି ସପ୍ତାହ ହେଲା ଏଠାରେ ୩୦ ଆକ୍ରାନ୍ତ ଶଯ୍ୟାରେ ରହୁଛନ୍ତି । ଏହି ରୋଗୀମାନେ କ୍ୟାପିଟାଲ ହସ୍ପିଟାଲ୍ର ବ୍ଲଡ୍ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି । ସାରା ରାଜ୍ଯରେ ଡେଙ୍ଗୁର ଭୟ ଏଖିବାକୁ ମିଳିଥିବା ବେଳେ ଦିନକୁ ଦିନ ବଢୁଥିବା ସଙ୍କ୍ରମିତଙ୍କ ପାଇଁ ସଭିଙ୍କ ଚିନ୍ତା ବଢିଛି । ତେବେ ଏବେ ପ୍ରସୂତିଙ୍କ ଜୀବନ ଯାଇଥିବା ବେଳେ ଏହାକୁ ନେଇ ଚିନ୍ତା ବଢିଛି ।