ରାଜ୍ଯରେ ବଢୁଛି ଡେଙ୍ଗୁ ଆତଙ୍କ !

ରାଜ୍ୟରେ ଦେଖା ଦେଇଛି ଡେଙ୍ଗୁ ଆତଙ୍କ । କିଛିଦିନ ତଳେ ଜଣେ ୭ବର୍ଷର ଶିଶୁର ପ୍ରାଣ ଯାଇଥିବା ବେଳ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ବିଭିନ୍ନ ସ୍ଥାନରୁ ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କଟକରେ ଚିକିତ୍ସାଧୀନ ଥିବା ବେଳେ ଅନ୍ୟମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଏହା ସହ ଜଣକର ରକ୍ତ ନମୁନା ପରୀକ୍ଷା ପାଇଁ ବାଲେଶ୍ୱର ପଠାଯାଇଛି ବୋଲି ଜଣାପଡିଛି । ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ରାଜଧାନୀରେ ମଧ୍ୟ ଏଖିବାକୁ ମିଳିଛି ଡେଙ୍ଗୁ ଆତଙ୍କ । କ୍ୟାପିଟାଲ ହସ୍ପିଟାଲରୁ ମିଳିଥିବା ତଥ୍ୟ ଅନୁସାରେ ୩୮ ଜଣ ନୂଆ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୨୮ ଜଣ ଚିକିତ୍ସାଧୀନ ଅଛନ୍ତି । ଏମିତିରେ ଦେଖିଲେ ଗତ ତିନି ସପ୍ତାହ ହେଲା ଏଠାରେ ୩୦ ଆକ୍ରାନ୍ତ ଶଯ୍ୟାରେ ରହୁଛନ୍ତି । ଏହି ରୋଗୀମାନେ କ୍ୟାପିଟାଲ ହସ୍ପିଟାଲ୍ର ବ୍ଲଡ୍ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି । ସାରା ରାଜ୍ଯରେ ଡେଙ୍ଗୁର ଭୟ ଏଖିବାକୁ ମିଳିଥିବା ବେଳେ ଦିନକୁ ଦିନ ବଢୁଥିବା ସଙ୍କ୍ରମିତଙ୍କ ପାଇଁ ସଭିଙ୍କ ଚିନ୍ତା ବଢିଛି ।