ମୁଖ୍ୟ ଶାସନ ସଚିବଙ୍କୁ ବି ଛାଡିଲାନି ଡେଙ୍ଗୁ !

ଡେଙ୍ଗୁରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା !

ସାରା ରାଜ୍ୟକୁ ଡେଙ୍ଗୁ ଗ୍ରାସ କରିଥିବା ବେଳେ ଏଥିରୁ ବର୍ତ୍ତିପାରିନାହାନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ହୋଇଛି ଡେଙ୍ଗୁ । ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ଗତ ଶନିବାରଠୁ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ବେଳେ ଆହୁରି ୨ ଦିନ ସେ ମେଡିକାଲରେ ରହିବେ ବୋଲି ଜଣାଯାଇଛି । ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ । ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବାକୁ ଲାଗିଥିବା ବେଳେ ଡେଙ୍ଗୁ ରୋଗୀଙ୍କ ହଟସ୍ପଟ ପାଲଟିଛି ଭୁବନେଶ୍ୱର।

ସୂଚନା ଅନୁସାରେ ଖୋର୍ଦ୍ଧାରୁଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ଅଧିକାଂଶ ସାମ୍ପଲ ରାଜଧାନୀରୁ ହିଁ ମିଳୁଛି। ତେଣୁ କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ଗହଳିକୁ ଏଡ଼ାଇବାକୁ ପଟିଆ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଓ ଆଇଆରସି ଭିଲେଜ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ରେ ଡେଙ୍ଗୁ ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି। ତେବେ ମୁଖ୍ୟ ଶାସନ ସଚିବଙ୍କୁ ଡେଙ୍ଗୁ ଘଟଣା ଏବେ ଆହୁରି ଚିନ୍ତା ବଢାଇ ଦେଇଛି। ତେବେ ମୁଖ୍ୟ ଶାସନ ସଚିବଙ୍କ ଆଶୁଆରୋଗ୍ଯ କାମନା କରୁଛି ଯଯାତି ଏକ୍ସପ୍ରେସ ।