ରାଜଧାନୀ ଡେଙ୍ଗୁ ହଟସ୍ପଟ୍!!

ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪ ଶହ ପାର୍

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪ ଶହ ଟପିଲା । ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି ରାଉରକେଲା ଓ ଭୁବନେଶ୍ୱର ସହର । ତେବେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତ ବର୍ଷଠୁ କମ ରହିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ଗତ କାଲି ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମୋଟ ୨ ହଜାର ୪୭୧ ରହିଛି । କେବଳ ସୁନ୍ଦରଗଡ଼ରେ ୭୨୭ ଏବଂ ଖୋର୍ଦ୍ଧାରେ ୫୯୫ ଜଣ ରୋଗୀ ଏଯାଏଁ ଚିହ୍ନଟ ହୋଇଛନ୍ତି । ଏହା ସହ କଟକ, ବଲାଙ୍ଗିର ଏବଂ ବାଲେଶ୍ୱରରେ ରୋଗୀଙ୍କ ସଂଖ୍ୟା ଶହେ ଉପରେ ରହିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମନିଟରିଂ କରାଯାଉଥିବା ବେଳେ ସୁନ୍ଦରଗଡ଼, ଭୁବନେଶ୍ୱର ଓ କଟକରେ ସ୍ପେଶାଲ୍ ଡ୍ରାଇଭ୍ ମୋଡ଼ରେ ଅଛନ୍ତି ସରକାର । ଟେଷ୍ଟିଂକୁ ମଧ୍ୟ ବଢାଯାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।