ବିଧାନସଭାରେ ଉଠିଲା କୋକେଇ ପଡ଼ିଲା ଖଇ କଉଡି

‘ରାମ ନାମ ସତ୍ୟ ହେ’ ଧ୍ବନିରେ କମ୍ପିଲା ଗୃହ

ବିଧାନସଭାରେ ଉଠିଲା କୋକେଇ । ପଡ଼ିଲା ଖଇ କଉଡି। ‘ରାମ ନାମ ସତ୍ୟ ହେ’ ଧ୍ବନିରେ କମ୍ପିଲା ବିଧାନସଭା । ଏସସିବି ଅଗ୍ନିକାଣ୍ଡକୁ ନେଇ ବିଜେଡି ସଦସ୍ୟମାନେ ପ୍ରତିକାତ୍ମକ କୋକେଇ କରି ବିରାଟ ଶୋଭାଯାତ୍ରା କରିଛନ୍ତି । ଏଥିରେ କଂଗ୍ରେସ ସଦସ୍ୟମାନେ ବି ସାଥ୍‌ ଦେଇଛନ୍ତି ।ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଆରମ୍ଭ ହୋଇଥିଲା । ଏହି କାରଣରୁ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ । ବିରୋଧୀଙ୍କ ପ୍ରବଳ ନାରାବାଜି ଦେଖିବାକୁ ମିଳିଛି । ହେଲେ ସମାନ ପ୍ରସଙ୍ଗ ନେଇ ଆରମ୍ଭ ହୋଇଥିଲା ବିରୋଧ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ନାରାବାଜି କରିଥିଲେ ବିରୋଧୀ କଂଗ୍ରେସ ଏବଂ ବିଜେଡି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିଲେ ବିରୋଧୀ ।

Leave a Reply

Your email address will not be published. Required fields are marked *