ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଓ୍ୱାକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଥିବାରୁ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି। କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ପ୍ରଫୁଲ୍ଲ କହିଛନ୍ତି ସଂଖ୍ୟାଲଘୁଙ୍କ ହିତ ପାଇଁ ସବୁବେଳେ ବିଜେଡି କାମ କରି ଆସୁଛି। ହେଲେ ଯେଉଁ ବିଲ୍ ସଂଖ୍ୟା ଲଘୁଙ୍କ ହିତରେ ନୁହେଁ, ସେହି ବିଲ୍ ସପକ୍ଷରେ କିପରି ଭୋଟ୍ ଦେଲେ ସସ୍ମିତ୍।ଏହାସହ ଆହୁରି ମଧ୍ୟ କହିଲେ ସସ୍ମିତଙ୍କ ଆଭିମୁଖ୍ୟ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ। ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ମଧ୍ୟ ନିନ୍ଦା କରିଛନ୍ତି ପ୍ରଫୁଲ୍ଲ। ତେବେ ୱାକଫ୍ ବିଲ୍ ଭୋଟିଂରେ ବିଜେଡି ଦୁଇ ଫାଳ ନେଇ ଦଳର ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ୱାକଫ୍ ପାଇଁ ଭୋଟ୍ ପୂର୍ବରୁ କିଛି ଖେଳ ହୋଇଛି। ଦଳରେ ନିଷ୍ପତ୍ତି ହେଲା ପରେ ଏଭଳି କାର୍ଯ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।
