ଉତ୍କଟ ହେଲାଣି ଦିଲ୍ଲୀ ପ୍ରଦୂଷଣ

ଦିଲ୍ଲୀରେ ପ୍ରଦୂଷଣ ପାଇଁ ସ୍କୁଲ ବନ୍ଦ

ସାଂଘାତିକ ହେଲାଣି ଦିଲ୍ଲୀ ସ୍ଥିତି। ବାୟୁର ମାନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ବା ଜିଆରଏପିର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ଏୟାର୍ କ୍ୱାଲିଟି ମ୍ୟାନେଜମେଣ୍ଟ କମିସନ ସିଏକ୍ୟୁଏମ୍ ନିଷ୍ପତ୍ତି ନେଇଛି  ।ଜିଆର୍‌ଏପି-୩ କାର୍ଯ୍ୟକାରୀ ହେଲେ ନିର୍ମାଣ ଓ ଉଚ୍ଛେଦ ବନ୍ଦ ରହିବ। ସମସ୍ତ ଅଣ-ଅତ୍ୟାବଶ୍ୟକ ଖଣି କାର୍ଯ୍ୟ ବନ୍ଦ ରହିବ, ଅଣ-ଇଲେକ୍ଟ୍ରିକ୍, ଅଣ-ସିଏନ୍‌ଜି ଏବଂ ଅଣ ବିଏସ୍-୬ ଡିଜେଲ ଅନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ । ଏହା ସହିତ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି ।କନକବ୍ୟୁରୋ : ଦିନକୁ ଦିନ ଉତ୍କଟ ହେଲାଣି ଦିଲ୍ଲୀ ପ୍ରଦୂଷଣ । ଦେଶର ରାଜଧାନୀରେ ବାୟୁର ମାନ ସାଂଘାତିକ ସ୍ତରରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ବା ଜିଆରଏପିର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ଏୟାର୍ କ୍ୱାଲିଟି ମ୍ୟାନେଜମେଣ୍ଟ କମିସନ ସିଏକ୍ୟୁଏମ୍ ନିଷ୍ପତ୍ତି ନେଇଛି ।ଜିଆର୍‌ଏପି-୩ କାର୍ଯ୍ୟକାରୀ ହେଲେ ନିର୍ମାଣ ଓ ଉଚ୍ଛେଦ ବନ୍ଦ ରହିବ। ସମସ୍ତ ଅଣ-ଅତ୍ୟାବଶ୍ୟକ ଖଣି କାର୍ଯ୍ୟ ବନ୍ଦ ରହିବ, ଅଣ-ଇଲେକ୍ଟ୍ରିକ୍, ଅଣ-ସିଏନ୍‌ଜି ଏବଂ ଅଣ ବିଏସ୍-୬ ଡିଜେଲ ଅନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ । ଏହା ସହିତ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି ।ଆଜି ସକାଳ ୮ଟାରୁ ବିଏସ୍-୩ ପେଟ୍ରୋଲ ଓ ବିଏସ୍-୪ ଡିଜେଲ ଚାରିଚକିଆ ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ସେପଟେ ରାସ୍ତାରେ ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ବଢ଼ାଇବାକୁ ସିଏକ୍ୟୁଏମ୍ ନିର୍ଦ୍ଦେଶ ଦେଇଛି । ବିଶେଷ କରି ଟ୍ରାଫିକ୍‌ ସମୟ ପୂର୍ବରୁ ହଟ୍‌ସ୍ପଟ୍‌ ଅଞ୍ଚଳରେ ରାସ୍ତା ଉପରେ ପାଣି ସିଞ୍ଚନ ବୃଦ୍ଧି କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *