ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ

ଦିଲ୍ଲୀରେ ହାଇ ଆଲର୍ଟ, ୧୦ହଜରାରୁ ଅଧିକ ସୁରକ୍ଷାକର୍ମୀ ମୁତୟନ

ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀରେ ୧୦ହଜରାରୁ ଅଧିକ ସୁରକ୍ଷା କର୍ମୀ ମୃତୟନ ହୋଇଛନ୍ତି । ଟ୍ରାଫିକ୍‍ ପରିଚାଳନା ପାଇଁ ପ୍ରାୟ ୩ହଜାର କର୍ମୀଙ୍କୁ ମୁତୟନ କରାଯାଇଥିବା ବେଳେ ଅନେକ ରୁଟ୍‍ ରେ ଗତପଥ ପରିବର୍ତ୍ତନ କରାଯାଇଛି । ଏହାସହିତ ଭାରି ଯାନବାହାନ ପ୍ରବେଶ ନିଷିଦ୍ଧ କରାଯିବ । ଲାଲକିଲ୍ଲା, ଇଣ୍ଡିଆ ଗେଟ୍‍, ରାଜଘାଟ ଭଳି ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ନିମନ୍ତ୍ରିତ ଲୋକଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ସ୍ୱାଧୀନତା ଦିବସ ପାଳନର ପରେଡ ଅଭ୍ୟାସ ଯୋଗୁଁ ପୁଲିସ ଲାଲକିଲ୍ଲା ଚାରିପାଖର ରାସ୍ତା ବଦଳାଇ ଦିଆଯାଇଛି ।ବୋମା, ଅସ୍ତ୍ରଶସ୍ତ୍ର ଇତ୍ୟାଦି ଯାଞ୍ଚ କରିବା ପାଇଁ ଲାଲକିଲ୍ଲା ଅଞ୍ଚଳର ପାର୍କିଂରେ ଥିବା ଯାନବାହାନ ତଳେ ସର୍ବେକ୍ଷଣ ପ୍ରଣାଳୀ ପ୍ରଥମ ଥର ପାଇଁ ସ୍ଥାପନ କରାଯାଇଛି । ଅବୈଧ ଅନୁପ୍ରବେଶ ଉପରେ କଡା ନଜର ରଖିବା ପାଇଁ ସିସିଟିଭି ବ୍ୟବସ୍ଥା ହୋଇଛି । ପୁଲିସ ଡ୍ରୋନ୍‍ ଦ୍ୱାରା ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିଛି । ଏହାସହିତ ସାଇବର ଟିମ୍‍ ସୋସିଆଲ ମିଡ଼ିଆ ଉପରେ କଡା ନଜର ରଖିଛନ୍ତି । ଫଳରେ ବିବାଦୀୟ ପୋଷ୍ଟ ମାଧ୍ୟମରେ ବିଭ୍ରାନ୍ତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।