ପ୍ରବଳ ବର୍ଷାରେ ଉବୁଟୁବୁ ଦିଲ୍ଲୀ ଏନସିଆର
ଦିଲ୍ଲୀରେ ବର୍ଷା ସାଙ୍ଗକୁ ତାଣ୍ଡବ ରଚିଛି ଝଡ ପବନ । ଗତକାଲି ରାତିରେ ଘଡ଼ଘଡି, ପବନ ସାଙ୍ଗକୁ ପ୍ରବଳ ପବନ ସହ ମୂଷଳଧାରାରେ ବର୍ଷା ହୋଇଛି । ବର୍ଷା ଯୋଗୁ ଦିଲ୍ଲୀ ଏନସିଆରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି । ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି । ଏପରିକି ଯାତାୟାତ ମଧ୍ୟ ପୁରା ଠପ୍ ହୋଇପଡିଛି । ଖରାପ ପାଗ ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି । କିଛି ବିମାନ ଚଳାଚଳ ବାତିଲ ହୋଇଥିବା ବେଳେ ଅନେକ ବିମାନର ସମୟରେ ପରିବର୍ତ୍ତନ ହୋଇଥିଲା । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀ ଦିଲ୍ଲୀର ମେଟ୍ରୋ, ହମାୟୁ ରୋଡ ଏବଂ ଶାସ୍ତ୍ରୀ ଭବନରେ ପାଣି ଜମି ରହିଥିବା ଦେଖିବାକୁ ମିଳୁଥିଲା । ଯାହାଫଳରେ ମେଟ୍ରୋ ରୋଡରେ କାରଗୁଡିକ ବୁଡି ରହିଥିଲା । ଲଗାତାର ଝଡବର୍ଷା ଯୋଗୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିବାରୁ ଗମନାଗମନ ବନ୍ଦ ରହିଥିଲା । ତେଣୁ ଟ୍ରାଫିକ୍ ସେବାରେ ମଧ୍ୟ ସମସ୍ୟା ଦେଖାଦେଇଥିଲା । ଝଡବର୍ଷା କାରଣରୁ ଅନେକାଂଶ ଫ୍ଲାଇଟକୁ ବନ୍ଦ କରିଦିଆଯାଇଛି । ଯଦିଓ ପାଗରେ ସୁଧାର ଦେଖାଦେଇଛି ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରହିଛି । ଯାତ୍ରୀମାନଙ୍କୁ ବିମାନ ସେବା ସମ୍ବନ୍ଧରେ ଯାଞ୍ଚ କରି ଆସିବାକୁ ପରାମର୍ଶ ଦେଇଛି ସ୍ପାଇସଜେଟ୍ ।
