ଖୁବଶୀଘ୍ର ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ: ଅରବିନ୍ଦ କେଜ୍ରିୱାଲ

ଖୁବଶୀଘ୍ର ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ: ଅରବିନ୍ଦ କେଜ୍ରିୱାଲ

ଖୁବଶୀଘ୍ର ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ପରିବହନ ବିଭାଗରେ ପ୍ରସ୍ତୁତି ଚାଲିଛି କେସ୍‌। ମିଛ ମାମଲାରେ ଫସାଇ ଖୁବଶୀଘ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଏମାନେ ଗିରଫ କରିବେ। ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛନ୍ତି ଅରବିନ୍ଦ କେଜ୍ରିୱାଲ। ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବିଜେପି 10 ବର୍ଷ ମଧ୍ୟରେ କିଛି କରିନାହାଁନ୍ତି । ଯଦି ତାଙ୍କୁ ଭୋଟ୍ ଦିଆଯାଏ ତେବେ ସେ କ’ଣ କରିବେ ତାହା କହିପାରିବେ ନାହିଁ? କେବଳ କେଜ୍ରିୱାଲଙ୍କର ନିନ୍ଦା କରିବା ଜାରି ରଖିଛନ୍ତି । ସେମାନେ ଦୁର୍ବ୍ୟବହାର କରୁଛନ୍ତି। ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ନାହିଁ କି ଏଜେଣ୍ଡା ନାହିଁ । ଆମେ ବିଦ୍ୟାଳୟ, ଡାକ୍ତରଖାନା, ବିଦ୍ୟୁତ୍, ଜଳ, ବସ୍ ଯାତ୍ରା, ତୀର୍ଥଯାତ୍ରା ବିଷୟରେ ଆଲୋଚନା କରୁଛୁ । ତେଣୁ ଆମକୁ ଭୋଟ୍ ଦେବା ଉଚିଚ୍ । ସେ ଆହୁରୀ କହିଛନ୍ତି, “ଆମେ ଦୁଇଟି ଯୋଜନା ଘୋଷଣା କରିଛୁ। ଯଦି ନିର୍ବାଚନରେ ​​ଯଦି ଆମ ଦଳର ବିଜୟ ହେଉଛି ତେବେ ଆମେ ଏହି ଯୋଜନା ଆରମ୍ଭ କରିବୁ । ନିର୍ବାଚନ ଜିତିଲେ ମହିଳା ସମ୍ମାନ ଯୋଜନା ଏବଂ ସଞ୍ଜୀବନୀ ଯୋଜନା କାର୍ଯ୍ୟକାରୀ କରିବ ଆପ୍ ।

Leave a Reply

Your email address will not be published. Required fields are marked *