ଇସ୍ତଫା ଦେଲେ କେଜ୍ରିୱାଲ
ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ପୂର୍ବରୁ ଅର୍ଥାତ୍ ରବିବାର ଘୋଷଣା କରିଥିଲେ ଯେ ସେ ସିଏମ ପଦରୁ ଇସ୍ତଫା ଦେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜନସାଧାରଣ ତାଙ୍କୁ ସଚ୍ଚୋଟତାର ପ୍ରମାଣପତ୍ର ନଦେବା ପର୍ଯ୍ୟନ୍ତ ସେ ସିଏମ୍ ଚେୟାରରେ ବସିବେ ନାହିଁ। ଏଲଜିଙ୍କୁ ଭେଟିବା ପରେ ଗୋପାଳ ରାୟ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ଉପ ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ଦେଇଛନ୍ତି। ସେହିପରି ସରକାର ଗଠନ ପାଇଁ ଅତିଶୀ ଦାବି କରିଛନ୍ତି। ଶପଥ ଗ୍ରହଣ ତାରିଖ ସ୍ଥିର କରିବାକୁ LG କୁ କୁହାଯାଇଛି ।
