କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ?

ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ

କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ? ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ । ଆଜି ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା । ଆସନ୍ତାକାଲି ଶପଥ ନେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ । ରାମଲୀଲା ମୈଦାନରେ ପୂର୍ବାହ୍ନ ୧୧ଟାରେ ଶପଥ ଉତ୍ସବ । ଜୋରସୋରରେ ଚାଲିଛି ଶପଥ ସମାରୋହ ପ୍ରସ୍ତୁତି । ଶପଥ ଉତ୍ସବରେ ଯୋଗଦେବେ ଓଡ଼ିଶା ସମେତ ୨୦ରାଜ୍ୟର ସିଏମ୍ । ୨୭ବର୍ଷ ପରେ ଦେଶର ରାଜଧାନୀରେ ଦିଲ୍ଲୀରେ ବିଜେପି ସରକାର ଗଠନ କରିଛି। କୁହାଯାଉଛି, ଅପରାହ୍ନ ୩.୩୦ରେ ବିଜେପି ବିଧାୟକ ଦଳର ଏକ ବୈଠକ ହେବ ଏବଂ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା  ଚୟନ କରାଯିବ । ଶପଥଗ୍ରହଣ ସମାରୋହରେ  ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ।  ଏନଡିଏର ସହଯୋଗୀ ଦଳ ନେତା ବି ଏଥିରେ ସାମିଲ ହେବେ ।  ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଶପଥଗ୍ରହଣ ସମାରୋହରେ ସାମିଲ ହେବେ ।