ଆଜି ପ୍ରକାଶ ପାଇବ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ

କାହାର ହେବ ଦିଲ୍ଲୀ, ଆଜି ଆସିବ ଜନାଦେଶ

ଆଜି ପ୍ରକାଶ ପାଇବ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ । ଗତ ୫ ତାରିଖ ବୁଧବାର ଦିନ ଦିଲ୍ଲୀର ମୋଟ୍ ୭୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା। ଚଳିତ ବର୍ଷ ମୋଟ୍ ୬୯୯ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ, ଯେଉଁଥିରେ ୬୦୨ ପୁରୁଷ ପ୍ରାର୍ଥୀ, ୯୬ ମହିଳା ପ୍ରାର୍ଥୀ ଏବଂ ଜଣେ ଅନ୍ୟାନ୍ୟ ପ୍ରାର୍ଥୀ ଥିଲେ । ୨୦୨୫ ନିର୍ବାଚନରେ ପ୍ରାର୍ଥୀଙ୍କ ସଂଖ୍ୟା ୩୧ ବୃଦ୍ଧି ହୋଇ ୬୯୯ରେ ପହଞ୍ଚିଛି । ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହେବ। କାହାର ହେବ ଦିଲ୍ଲୀ ଆଜି ଆସିବ ଜନାଦେଶ । ସମସ୍ତଙ୍କ ନଜର ରାଜଧାନୀ ଉପରେ । ହେବ କି ବଡ ପରିବର୍ତ୍ତନ ।ଦୀର୍ଘ ୨୭ ବର୍ଷ ପରେ ସତ ହେବାକୁ ଯାଉଛି କି ବିଜେପି ସ୍ଵପ୍ନ । ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ହାଇ ଭୋଲଟେଜ୍ ଲଢେଇ ପରେ ଅଧିକାଂଶ ଏକଜିଟ୍ ପୋଲ ବିଜେପିକୁ ଥମ୍ସ ଅପ୍ ଦେଇଛନ୍ତି । ୧୩ଟି ଏକଜିଟ୍ ପୋଲ ଫଳାଫଳରୁ ସର୍ବାଧିକ ୧୦ଟି ବିଜେପି ସପକ୍ଷରେ ଯାଇଥିବାରୁ ଏଥର ଦିଲ୍ଲୀରେ ପଦ୍ମ ଫୁଟିବା ଆଶାରେ ବିଜେପି।