ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ ପାର କଲା ଦିଲ୍ଲୀ ପ୍ରଦୂଷଣ

ପାଞ୍ଚ ଶହ ଟପିଗଲା ଦିଲ୍ଲୀରେ ଏକ୍ୟୁୱାଇ ମାତ୍ରା

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ ପାର କଲା ଦିଲ୍ଲୀ ପ୍ରଦୂଷଣ । ପଞ୍ଚ ଶହ ଟପିଗଲା ଦିଲ୍ଲୀରେ ଏକ୍ୟୁୱାଇ ମାତ୍ରା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ୟ୍ୟ ମାନଦଣ୍ଡଠାରୁ ୬୫ ପ୍ରତିଶତ ଅଧିକ ରହିଛି ଦିଲ୍ଲୀର ପ୍ରଦୂଷଣ । ଏହି ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀର ପ୍ରାୟ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା, କାଶ ସମେତ ବିଭିନ୍ନ ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।ଜାତୀୟ ରାଜଧାନୀ ଦୀପାବଳି ରାତିରେ ବାୟୁ ପ୍ରଦୂଷଣର ଉଚ୍ଚ ସ୍ତର ରେକର୍ଡ କରିଛି ଏବଂ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ବିଭିନ୍ନ ସ୍ଥାନରେ ସର୍ବାଧିକ ୯୯୯ ସ୍ତରକୁ ବୃଦ୍ଧି ପାଇଥିଲା । ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି । ଏକ ସର୍ବେକ୍ଷେଣରୁ ଜଣାପଡ଼ିଛି ଯେ ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି ।

Leave a Reply

Your email address will not be published. Required fields are marked *