ଘରେ ରହି କାମ କରିବେ ୫ ପ୍ରତିଶତ ସରକାରୀ କର୍ମଚାରୀ
ଦିଲ୍ଲୀ ସରକାର’ ବାୟୁର ଗୁଣାତ୍ମକ ମାନ ହ୍ରାସ ପାଇଥିବା ଯୋଗୁଁ ଦିଲ୍ଲୀ ଏନ୍ସିଆର ଅଞ୍ଚଳରେ କାର୍ଯ୍ୟ କରୁଥିବା ପ୍ରାୟ ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବାୟୁ ପ୍ରଦୂଷଣ ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧ କରି ପରିବେଶ ମନ୍ତ୍ରୀ ଗୋପାଲ ରାୟ ଆଜି ଅପରାହ୍ନରେ ଏକ ବୈଠକ ଆହ୍ୱାନ କରିଛନ୍ତି । ସକାଳ୧୧ଟା ସମୟରେ ଦିଲ୍ଲୀ ଏନ୍ସିଆର ଅଞ୍ଚଳରେ ବାୟୁର ଗୁଣାତ୍ମକ ସୂଚୀ ଇଛଓ ହାରାହାରି ୪୨୭ ରହିଥିଲା । କେନ୍ଦ୍ରୀୟ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀର କେତେକ ଅଞ୍ଚଳରେ AQI ର ସ୍ତର ୪୫୦ ଅତିକ୍ରମ କରିଛି । ଦିଲ୍ଲୀର ଅଶୋକବିହାର ଷ୍ଟେସନରେ ୪୫୭, ଆନନ୍ଦବିହାରରେ ୪୫୪, ଜାହାଙ୍ଗୀରପୁରୀରେ ୪୬୦, ମୁଣ୍ଡକାରେ ୪୬୩’ AQI ମାନ ଥିବା ଜଣାପଡ଼ିଛି । ପୂର୍ବରୁ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ମଧ୍ୟ ଘରୁ କାମ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେପଟେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନ୍ସିଆର୍ରେ ସମସ୍ତ ସ୍କୁଲ କଲଜେ ମଧ୍ୟ ମଧ୍ୟ ରହିଛି। ଅନ୍ଲାଇନ୍ କ୍ଳାସ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ପରାମର୍ଶ ଦିଆଯାଇଛି।