ନବ ଦାସ ହତ୍ୟା ମାମଲା, ଆଜି ହାଜର ହେବେ ଦୀପାଲି, ବିଶାଲ

ଆଜି କ୍ରାଇମବ୍ରାଞ୍ଚରେ ହାଜର ହୋଇପାରନ୍ତି ଦୀପାଲି, ବିଶାଲ

ନବ ଦାସ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚରେ ହାଜର ହୋଇପାରନ୍ତି ଦୀପାଲି, ବିଶାଲ । ବାପା ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚରେ ହାଜର ହେବେ । ଉଭୟଙ୍କୁ ହାଜର ହେବାକୁ ନୋଟିସ୍ କରିଥିଲା କ୍ରାଇମବ୍ରାଞ୍ଚ । ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ ନୋଟିସ୍ ହୋଇଥିଲା । ଘଟଣାରେ କ୍ରାଇମ୍ ବ୍ରାଞ୍ଚ୍ କରିଥିବା ତଦନ୍ତ ନେଇ ଯଦି ଉଭୟଙ୍କର କିଛି ଆପତ୍ତି ବା ଆଶଙ୍କା ଥାଏ ତାହେଲେ ସେମାନେ ହାଜର ହୋଇ ନିଜ ମତ ଜଣାଇ ପାରିବେ । କିଛି ଦିନ ତଳେ ଏହି ହତ୍ୟା ଘଟଣାର ତଦନ୍ତ ସିବିଆଇ କରୁ ବୋଲି ଝିଅ ଦୀପାଳି ଗଣମାଧ୍ୟମରେ ଏକାଧିକବାର ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ କ୍ରାଇମ୍ ବ୍ରାଞ୍ଚ୍ ର ନିରପେକ୍ଷତା ଓ ତଦନ୍ତ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।  ହତ୍ୟା ମାମଲାରେ ଅଭିଯୋଗକାରୀ ଥିବା ସ୍ୱର୍ଗତ ଦାସଙ୍କ ପରିବାରଠାରୁ ଏକପ୍ରକାର ସ୍ପଷ୍ଟୀକରଣ ନେବା ପାଇଁ ଏହି ନୋଟିସ୍ ଜାରି ହୋଇଥିବା କ୍ରାଇମବ୍ରାଞ୍ଚ୍ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି ।