ବଙ୍ଗୋପସାଗରରେ ଆଗକୁ ବଢୁଛି ଗଭୀର ଅବପାତ

ଦାନା ବାନ୍ଧୁଛି ବାତ୍ୟା ପେଙ୍ଗାଲ, ଓଡ଼ିଶାରେ ପଡିବନି ପ୍ରଭାବ

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କାଲି ସୃଷ୍ଟି ହେବ ବାତ୍ୟା । ଏବେ ଆଗକୁ ବଢୁଛି ଗଭୀର ଅବପାତ । ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଡିପ୍ ଡିପ୍ରେସନ୍ ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିରୁ ୩୧୦ କିମି ଦକ୍ଷିଣ ପୂର୍ବ, ତାମିଲନାଡୁର ନାଗାପଟିନମରୁ ୫୯୦ କିମି ଓ ଚେନ୍ନାଇରୁ ୮୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଧୀରେ ଧୀରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୧୨ ଘଣ୍ଟାରେ ହେବ ଗଭୀର ଅବପାତ । ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସୃଷ୍ଟି ହେବ ବାତ୍ୟା । ପରବର୍ତ୍ତୀ ଦୁଇ ଦିନରେ ଉପକୂଳ ଅତିକ୍ରମ କରିବ ସାଇକ୍ଲୋନ । ତାମିଲନାଡୁ ମୁହାଁ ହେବା ସହ ଶ୍ରୀଲଙ୍କା ଉପକୂଳକୁ ହିଟ୍ କରିବା ସମ୍ଭାବନା ରହିଛି । ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ । ତେବେ ଓଡ଼ିଶାରେ ୨୮ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ୧ ତାରିଖ ଯାଏ କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *