ଭାରତ କିଣିବ ୧୧୪ଟି ରାଫେଲ୍ ବିମାନ

ଭାରତ କିଣିବ ୧୧୪ଟି ରାଫେଲ୍ ବିମାନ

ଭାରତୀୟ ବାୟୁସେନାଙ୍କ ପାଇଁ ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାର ବଡ଼ ଡ଼ିଲକୁ ଏହି ସପ୍ତାହରେ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳିବାର ଆଶା କରାଯାଉଛି । ଏହି ନିଷ୍ପତ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଆସିପାରେ । ଯଦି ଏହି ଡ଼ିଲକୁ ଅନୁମୋଦନ ମିଳେ, ତେବେ ଏହା ଭାରତର ଇତିହାସରେ ସର୍ବ ବୃହତ ହେବ । ଯାହାର ମୂଲ୍ୟ ପ୍ରାୟ ୩.୨୫ ଲକ୍ଷ କୋଟି ହେବ ବୋଲି କୌଣସି ଏକ ସୂତ୍ରରୁ ଜଣାପଡୁଛି ।ଏହି ଚୁକ୍ତି ଭାରତୀୟ ବାୟୁସେନାକୁ ମଲ୍ଟି ରୋଲ୍ ଫାଇଟର ଏୟାରକ୍ରାପ୍ଟ ଯୋଜନା ଅଧୀନରେ କରାଯାଉଛି । ଯାହାର ଲକ୍ଷ୍ୟ ହେଉଛି ବାୟୁସେନାର ସ୍କ୍ବାଡ୍ରୋନ୍ ସଂଖ୍ୟାକୁ ମଜବୁତ କରିବା । ଏହି ଡ଼ିଲ୍ ମାଧ୍ୟମରେ ଭାରତ ଅତ୍ୟାଧୁନିକ ଲଢୁଆ ବିମାନ ହାସଲ କରିବ । ଯାହା ଫଳରେ ଦେଶରେ ଫାଇଟର ଜେଟ ନିର୍ମାଣର କ୍ଷମତା ଅନେକ ଗୁଣରେ ବଢିଯିବ ।

Leave a Reply

Your email address will not be published. Required fields are marked *