ଗନ୍ଧମାର୍ଦ୍ଦନର ଇଞ୍ଚେ ବି ଜମି ଦିଆଯିବନି: କେ.ଭି ସିଂଦେଓ
ଗନ୍ଧମାର୍ଦ୍ଦନକୁ ନେଇ ଗୃହରେ ଝଡ଼। ଉଦବେଗ ପ୍ରକାଶ କଲେ ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି ପୂର୍ବ ସରକାର ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସସାଇଟ ଖନନ ପାଇଁ ଅନୁମତି ଦିଆଯାଇଥିଲା ତାହାକୁ ନେଇ ଜନ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଫଳରେ ସରକାର ଅନୁପତି ପ୍ରତ୍ୟାହାର କରିନେଇଥିଲେ । ଏବେ କିନ୍ତୁ ସରକାର ଗନ୍ଧମାର୍ଦ୍ଦନକୁ କମ୍ପାନୀ ହାତକୁ ଟେକି ଦେବାକୁ ଯାଉଛନ୍ତି । ଯେଉଁଠି ସରକାର ପରିବେଶର ମଙ୍ଗଳ ପାଇଁ ଜଙ୍ଗଲ ସୃଷ୍ଟି କରିବା କଥା ତାହାକୁ ସରକାର ନଷ୍ଠ କରିବାକୁ ବସିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ ଜନଆନ୍ଦୋଳନ ଆରମ୍ଭ କଲେଣି । ଏହାସହ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗ୍ରୁପକୁ ଜମି କିଣିବାକୁ ସରକାର ଅନୁମତି ଦେଇଛନ୍ତି କି ? ଗନ୍ଧମାର୍ଦ୍ଦନ ପାହାଡରୁ ବକ୍ସାଇଟ ଖନନ ପାଇଁ କାହାକୁ ଦେବାକୁ ଲକ୍ଷ୍ୟ ରଖାଯାଇଛି ସରକାର ସ୍ପଷ୍ଟ କରନ୍ତୁ । ଏହାସହ ରାଜ୍ୟ ସରକାରଙ୍କ ବିନା ଯଦି ଆଦାନୀ ଗ୍ରୁପ ଜମି କିଣିବାକୁ ସରକାର ଅନୁମତି ନଦେଇଛନ୍ତି ତେବେ ସରକାର ସେ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ ।
ଏହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ କହିଛନ୍ତି, ଆଦାନୀକୁ ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଥିଲେ । ହେଲେ ଗନ୍ଧମାର୍ଦ୍ଦନ ପାହାଡର ଇଂଚେ ବି ଜମି ମୋହନ ସରକାର କାହାକୁ ଦେବେ ନାହିଁ । ଯଦି ମୋହନ ସରକାର ସେ କାମ କରନ୍ତି ତେବେ ଜନଆନ୍ଦୋଳନରେ ନିଜେ ସାମିଲ ହେବେ ବୋଲି କେ.ଭି ସିଂଦେଓ କହିଛନ୍ତି । ବିଜେଡିକୁ ପାଲଟା ପ୍ରଶ୍ନ କରି ସେ କହିଛନ୍ତି କି, ଗୃହରେ ବିଜେଡି ସ୍ୱିକାର କରୁ କି, ଆଦାନୀକୁ ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଥିଲେ ।