ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବଡ଼ ବୟାନ

ପାର୍ଟିର ନିଷ୍ପତ୍ତିକୁ ନାପସନ୍ଦ କଲେ ଦେବାଶିଷ୍

ବଡ଼ ବୟାନ ଦେଲେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଅସନ୍ତୁଷ୍ଟ ହୋଇ ଭୋଟ ଦେଲିନି ବୋଲି କହିଲେ ଦେବାଶିଷ । ଦଳ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ମୁଁ କାଲି ଭୋଟ୍‌ ଦେଲିନି । ଗତକାଲି ୱକ୍‌ଫ ବିଲ୍‌ ଭୋଟିଂରେ ଭୋଟ ଦେଇନଥିଲେ ଦେବାଶିଷ । ଲୋକସଭା ପରେ ରାଜ୍ୟ ସଭାରେ ୱାକଫ୍ ବିଲ୍ ପାସ୍ । ସଂଖ୍ୟାଲଘୁ ବ୍ୟାପାର ସୂଚନା ଅନୁସାରେ ରାଜ୍ୟସଭା ପୂର୍ବରୁ ବୁଧବାର ଲୋକସଭାରେ ଏହି ବିଲ୍ ଆଗତ ହୋଇଥିଲା । ୧୨ ଘଣ୍ଟାର ଆଲୋଚନା ପରେ ସରକାର ଏହାକୁ ପାରିତ କରିବାରେ ସଫଳ ହୋଇଛନ୍ତି । ଲୋକସଭାରେ ଏହି ବିଲ୍ ସପକ୍ଷରେ ୨୮୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୨୩୨ଟି ଭୋଟ୍ ପଡ଼ିଥିଲା । ରାଜ୍ୟସଭାରେ ଆଲୋଚନା ବେଳେ ବିରୋଧୀ ଦଳ ସଦସ୍ୟମାନେ ଏହାକୁ ତୀବ୍ର ବିରୋଧ କରିଥିଲେ । ରଜ୍ୟସଭାରେ ଆଲୋଚନା ବେଳେ ବିରୋଧୀ ଦଳ ସଦସ୍ୟମାନେ ଏହାକୁ ତୀବ୍ର ବିରୋଧ କରିଥିଲେ ।