କୁଆଖାଇ ନଦୀ ଅଘଟଣ – ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି

ଗତକାଲି କୁଆଖାଇ ନଦୀରେ ଗାଧୋଇଲା ବେଳେ ବୁଡିଯାଇଥିବା ଅଘଟଣ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଗତ କାଲି ରାତିର ଖବର କୁଆଖାଇ ନଦୀରେ ଅଘଟଣ ଅନୁଯାୟୀ ୨ ଟି ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ଆଜି ସକାଳୁ ଅନ୍ୟ ଦୁଇଟି ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ମୃତ ଯୁବକମାନେ ଜାମସେଦପୁରର ଆର୍ୟନ, କଟକର ଅଭିନାଶ ଓ ପ୍ରତୀକ ଏବଂ ବାଲେଶ୍ଵର ଜିଲ୍ଲାର ରୋହିତ ବୋଲି ସୂଚନା ମିଳିଛି।