ଆଜି ଆସିବ ବାତ୍ୟା କ୍ଷୟକ୍ଷତି ରିପୋର୍ଟ
ବାତ୍ୟା ଦାନାରେ କେତେ ହୋଇଛି କ୍ଷୟକ୍ଷତି ? କେତେ ଘର ଭାଙ୍ଗିଛି, କେତେ ଫସଲ ନଷ୍ଟ ହୋଇଛି, ଏସବୁ ତଥ୍ୟ ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଦିଆଯିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ବାତ୍ୟାରେ ୩ଟି ଜିଲ୍ଲା ବେଶି ପ୍ରଭାବିତ ହୋଇଛି । ଏହି ୩ ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା । ଏହି ତିନି ଜିଲ୍ଲାରେ ଅନେକ ବାସଗୃହ କ୍ଷତିଗ୍ରସ୍ତ ହେବା ସହ ଏକର ଏକର ଫସଲ ନଷ୍ଟ ହୋଇଛି । ସବୁ ବିଭାଗର ରିପୋର୍ଟ ଆସନ୍ତାକାଲି ପ୍ରଦାନ କରାଯିବ । ପ୍ରଥମେ ଫସଲ ଓ ଘରର କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।