ଦକ୍ଷିଣ ମୋଡ ନେଲା ତିନି ରଥ 

ଦକ୍ଷିଣ ମୋଡ ନେଲା ତିନି ରଥ

ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ତିନି ରଥର ଦକ୍ଷିଣ ମୋଡ଼ କରାଯାଉଛି । ଆଜ୍ଞାମାଳ ବିଜେ ପରେ ରଥର ଦକ୍ଷିଣ ମୋଡ଼ କରାଯାଉଛି । ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିରେ ଲାଗିବ ଦର୍ପଦଳନ, ତାଳଧ୍ବଜ ଓ ନନ୍ଦିଘୋଷ ରଥ । ପରମ୍ପରା ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦକ୍ଷିଣ ମୋଡ଼ କରାଯାଇଥିଲା । ପରେ ନନ୍ଦିଘୋଷ ତାଳଧ୍ଵଜ ରଥର ଦକ୍ଷିଣ ମୋଡ଼ କରାଯାଇଥିଲା। ନବ ଦିନାତ୍ମକ ଯାତ୍ରାରେ ରଥ ଚଢ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ବିଜେ କରିଛନ୍ତି କାଳିଆ ସାଆନ୍ତ ।

ସେପଟେ ଗତକାଲି ଶ୍ରୀଜିଉଙ୍କ ପବିତ୍ର ହେରା ପଞ୍ଚମୀ ନୀତି ସମ୍ପନ୍ନ ହୋଇଛି । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡ଼ି ଆସିଥିବାରୁ ତାଙ୍କ ଉପରେ ଅଭିମାନ କରି ମାଆ ଲକ୍ଷ୍ମୀ ଠାକୁରାଣୀ ରାଗରେ ଜର୍ଜରିତ ହୋଇ ନନ୍ଦିଘୋଷ ରଥର କାଠ ଖଣ୍ଡେ ଭାଙ୍ଗିଥିଲେ ।