ଆଜି ଅବପାତର ରୂପ ନେବ ଲଘୁଚାପ । ୩ ତାରିଖ ଏହା ବାତ୍ୟାରେ ରୂପାନ୍ତର ହୋଇପାରେ । ବାତ୍ୟାରେ ପରିଣତ ହେବା ପରେ ୪ ତାରିଖ ସକାଳେ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଓଡ଼ିଶାରୁ ଟଳିଛି ବାତ୍ୟା ବିପଦ। ତାମିଲନାଡୁରୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁପାରେ ବାତ୍ୟା ‘ମିଗଜାଉଂ’। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଓ୍ବେଲମାର୍କ ଲୋ ପ୍ରେସର ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆଜି ଅବପାତର ରୂପ ନେବ । ପରବର୍ତ୍ତୀ ସମୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହୋଇ ୩ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ । ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୪ ତାରିଖ ଭୋରରୁ ଉତ୍ତର ତାମିଲନାଡୁରୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ପହଞ୍ଚିବା ନେଇ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Related Posts
ଆନ୍ଦୋଳନରୁ ଓହରିଲା ଡ୍ରାଇଭର ସଂଘ
- User 003
- January 7, 2024
- 0
ଖାକିକୁ ଧରିଲା ଖାକି
- Jajati express Reporter
- August 7, 2023
- 0
ରାଜ୍ୟରେ ନିଯୁକ୍ତି ସୃଷ୍ଟି ପାଇଁ ଆସିଲା ବଡ଼ ସୁଯୋଗ
- User 003
- November 9, 2024
- 0