ବଙ୍ଗୋପସାଗରରେ ଯୋଡ଼ା ବାତ୍ୟା, ସେନ୍ୟାର ପରେ ଦିତ୍ବା
ସେନ୍ୟାର ପରେ ଦିତ୍ବା । ବଙ୍ଗୋପସାଗରରେ ଯୋଡ଼ା ବାତ୍ୟା । ମାଲାକା ସମୁଦ୍ର ସନ୍ଧି ଅଞ୍ଚଳରେ ସୃଷ୍ଟି ହୋଇ ମାତ୍ର କେଇ ଘଣ୍ଟାରେ ଲ୍ୟାଣ୍ଡଫଲ କଲା ବାତ୍ୟା ସେନ୍ୟାର । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଦୁର୍ବଳ ହୋଇଯିବ । ୨୭ ତାରିଖ ପର୍ଯ୍ୟନ୍ତ ତୀବ୍ରତା ବଜାୟ ରଖିବ।ସେପଟେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧୁଛି । ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ସିଷ୍ଟମ ଘନୀଭୂତ ହେବା ସମ୍ଭାବନା ରହିଛି । ଏବେ ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେଇଛି । ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ।ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଅଧିକ ଘନିଭୂତ ହୋଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଓ ପୁଡୁଚେରୀ ମୁହାଁଇବ । ୨୯ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଯଦି ବାତ୍ୟା ସୃଷ୍ଟି ହୁଏ, ଏହାର ନାଁ ରହିବ ଦିତ୍ବା । ଏହାର ବିଶେଷ ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ରହିବ ନାହିଁ । ଡିସେମ୍ବର ୧ ଓ ୨ ତାରିଖରେ ରାଜ୍ୟରେ କାଁଭାଁ ବର୍ଷା ହୋଇପାରେ ।
