ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ

ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟ ବଳୟ

ସ୍ଥଳ ଭାଗ ଛୁଇଁଲା ବାତ୍ୟାର ବାହ୍ୟ ବଳୟ । ପାରାଦୀପ ରାଡାରରୁ ମିଳିଥିବା ତଥ୍ୟ ଅନୁଯାୟୀ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି l ଆଜି ସନ୍ଧ୍ୟା ପରଠାରୁ ଉପକୂଳ ଜିଲ୍ଲାରେ ବର୍ଷା ହେବ । ଧାମରା ଓ ପାରାଦୀପ ବନ୍ଦରକୁ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଏଥି ସହିତ ଗୋପାଳପୁରରେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛି।। ଅନ୍ୟପଟେ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ନେଇ ୩ଟି ସ୍ଥାନକୁ ସତର୍କ ସୂଚନା ଜାରି କରିଛି ଆଇଏମଡି। ବାଲେଶ୍ବର କୁମ୍ଭୀରଗଡ଼ିରେ ୦.୫ ମିଟରରୁ ୧.୫ ମିଟର ଉଠିପାରେ ଜୁଆର। ଭଦ୍ରକ ମୋହନପୁରରେ ୦.୮ ମିଟରରୁ ୧.୪ ମିଟର ଓ କେନ୍ଦ୍ରାପଡ଼ା ଟିକାୟତନଗରରେ ୦.୨ ମିଟରରୁ ୦.୯ ମିଟର ଉଠିପାରେ ଜୁଆର।

Leave a Reply

Your email address will not be published. Required fields are marked *