ଏଆଇକୁ ନେଇ ଅନଲାଇନ ଠକେଇ ପ୍ଲାନ୍ !
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ । ଅନଲାଇନ ଠକେଇ ପାଇଁ ଏବେ AIକୁ ସବୁଠୁ ଭଲ ବାଟ ବୋଲି ବାଛିଛନ୍ତି ସାଇବର ଠକ । ଏହା କଣ ସତରେ ସମ୍ଭବ ? କେମିତି ରହିବେ ସୁରକ୍ଷିତ ଆପଣାନ୍ତୁ କିଛି ଟିପ୍ସ । ସୋସିଆଲ ମିଡିଆରେ ଆପଣ ବହୁତ ସାରା ରିଲ୍ସ ଦେଖିଥିବେ ଯେଉଁଥିରେ AI ଭଏସର ବ୍ୟବହାର ହେଉଛି । ଏହା ପ୍ରକୃତରେ ଏକ ନକଲି ସ୍ବର । AI ସାହାଯ୍ୟରେ ନକଲି ସ୍ବର ତିଆରି କରାଯାଇଛି । ଯେକୌଣସି ବ୍ୟକ୍ତିଙ୍କ ସ୍ବରକୁ AI ସାହାଯ୍ୟରେ ନକଲି କରାଯାଇ ପାରିବ । ଭଏସ କ୍ଲୋନିଂ କରିବା ପାଇଁ ବହୁତ ସାରା ସଫ୍ଟୱେୟାର ଉପଲବ୍ଧ ରହିଛି । ଯାହାର ବ୍ୟବହାର କେହିବି କରିପାରିବେ । ଏକ ରିପୋର୍ଟ ମୁତାବକ ଅଧିକାଂଶ ଭାରତୀୟଙ୍କ ପ୍ରକୃତ ଓ AI ସ୍ବର ମଧ୍ୟରେ ପାର୍ଥକ୍ୟ ଜଣାପଡୁ ନାହିଁ । ଯଦି ଆପଣଙ୍କୁ ସାଇବର ଠକ ସିଧାସଳଖ ଫୋନ କରନ୍ତି ତାହା ବି ଆପଣଙ୍କୁ ଜଣା ପଡିବ ନାହିଁ । ସାଇବର ଠକଙ୍କ ଠୁ କେମିତି ନିଜକୁ ସୁରକ୍ଷିତ ରଖିବେ । ଏଥିପାଇଁ ବହୁତ ଉପାୟ ରହିଛି । ଯଦି ଆପଣଙ୍କ କେହି ବନ୍ଧୁ କଲ୍ ମାଧ୍ୟମରେ ଟଙ୍କା ମାଗୁଛନ୍ତି ତାଙ୍କୁ ଭିଡିଓ କଲ୍ ପାଇଁ କୁହନ୍ତୁ । ଆପଣ ସାଙ୍ଗେସାଙ୍ଗେ ଟଙ୍କା ଟ୍ରାନ୍ସଫର କରିବା ପରିବର୍ତ୍ତେ ଭଲଭାବେ ଯାଞ୍ଚ କରିନିଅନ୍ତୁ । କିଛି ଟେକନିକ୍ ଆପଣାଇ ସାଇବର ଠକଙ୍କ ଠୁ ବର୍ତ୍ତି ପାରିବେ ।
