ଗୋଟିଏ ଦିନ ବଢିଲା କଟକ ଐତିହାସିକ ବାଲିଯାତ୍ରା

ବଢିଲା କଟକ ବାଲିଯାତ୍ରା

ବଢ଼ିଲା କଟକ ବାଲିଯାତ୍ରା ଅବଧି । ଆସନ୍ତାକାଲି ଶେଷ ହୋଇଥାଆନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଏନେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେବାର ଥିଲା, କିନ୍ତୁ ଦିନ ଟିଏ ଅବଧି ବୃଦ୍ଧି ହେବା ଫଳରେ ଆସନ୍ତାକାଲି ଶେଷ ହେବ ବାଲିଯାତ୍ରା । ପ୍ରତ୍ୟେକ ଦିନ ବାଲିଯାତ୍ରାକୁ ହଜାର ହଜାର ଦର୍ଶକ ମେଳା ବୁଲିବାକୁ ଆସୁଛନ୍ତି । ବିଭିନ୍ନ ଦୋଳି, ସୁଆଦିଆ ଫାଷ୍ଟଫୁଡ ସାଙ୍କକୁ ସାଂସ୍କୃତିକ କାର୍ୟ୍ୟକ୍ରମର ଭରପୁର ମଜା ନେଉଛନ୍ତି ଦର୍ଶକ । ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ଓରମାସ ପକ୍ଷରୁ ୪ଶହରୁ ଅଧିକ ଷ୍ଟଲ କରାଯାଇଛି । କଟକ-ଇନ-କଟକ ପ୍ୟାଭିଲିୟନରେ ଗାଁ ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି । ଏଥି ସହିତ ୩୦ ଫୁଟ୍ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ୍, ଲେଜର ଶୋ’ ଆଦି କରାଯାଇଛି । ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରିବାକୁ ବ୍ୟବସ୍ଥା ହୋଇଛି । ଚଳିତ ବାଲିଯାତ୍ରାରେ ବିଶେଷ ଆକର୍ଷଣ ସାଜିଛି ଅଣ୍ଡର ୱାଟର ଆକ୍ୱାରିଅମ ।