ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୧୦ ପ୍ରତିଶତକୁ ବୃଦ୍ଧି

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଆକାଶଛୁଆଁ ତେଲ ଦର

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଆକାଶଛୁଆଁ ତେଲ ଦର । ଇସ୍ରାଏଲ-ଇରାନ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ଯୋଗୁଁ ତୈଳ ଦରରେ ଲାଗିଛି ନିଆଁ । ଏହାରି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୧୦ ପ୍ରତିଶତକୁ ବୃଦ୍ଧି ପାଇଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ୭ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ସୋମବାର ବ୍ରେଣ୍ଟ କ୍ରୁଡ୍ ଦରରେ ୭ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଦେଖିବାକୁ ମିଳିଛି । ଯଦି ଯୁଦ୍ଧ ଜାରି ରହେ ତାହେଲେ ଆଗକୁ ତେଲ ଦର ଆହୁରି ବଢ଼ିବାର ଆଶଙ୍କା ରହିଛି। ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ଦର ବ୍ୟାରେଲ୍ ପିଛା ୮୨ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୬ ହଜାର ୯୮୦ ଟଙ୍କା । ସେପଟେ ସମୁଦ୍ର ମଝିରେ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ଏବଂ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ବନ୍ଦ ହେବା ଭୟରେ ଚିନ୍ତାରେ ଅଛନ୍ତି ତେଲ କମ୍ପାନୀ । ଭାରତ ନିଜର ଆବଶ୍ୟକ ମୁତାବକ ୮୦ ପ୍ରତିଶତରୁ ଅଧିକ ତେଲ ଆମଦାନୀ କରିଥାଏ । ତେଣୁ ବିଶ୍ୱ ବଜାରରେ ଦର ବଢ଼ିଲେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିପାରେ। ଯାହା ମହଙ୍ଗା ମାଡ଼ର କାରଣ ହେବ।

Leave a Reply

Your email address will not be published. Required fields are marked *