ଆରମ୍ଭ ହୋଇଛି ବାତ୍ୟା ମୋନ୍ଥାର କ୍ଷୟକ୍ଷତି ଆକଳନ

ଲଗାଣ ବର୍ଷାରେ ଉଜୁଡ଼ି ଯାଇଛି ଫସଲ, ଖୁବଶୀଘ୍ର ମିଳିବ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି

ଆରମ୍ଭ ହୋଇଛି ବାତ୍ୟା ମୋନ୍ଥାର କ୍ଷୟକ୍ଷତି ଆକଳନ। ଖୁବଶୀଘ୍ର ମିଳିବ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି । ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ଏବେ ଅମଳ ସମୟ ଥିବାରୁ କପା ଏବଂ ଧାନ ଚାଷର କ୍ଷୟକ୍ଷତି ହୋଇଛି , କିଛି କିଛି ଜାଗାରେ ଘର ଭାଙ୍ଗିଛି । ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଜିଲ୍ଲାରେ କ୍ଷୟକ୍ଷତି ହୋଇନାହିଁ, ସେ ଜିଲ୍ଲାରୁ ରାଜସ୍ୱ ଅଧିକାରୀଙ୍କୁ ଆକଳନ ପାଇଁ ନିୟୋଜିତ କରାଯିବ । ଭୁସ୍ଖଳନ ବର୍ତ୍ତମାନ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଲାଗି ପଥର ଖସୁଛି । ପଥର ଖସିବାରେ ସବୁଠୁ ସମ୍ବେଦନଶୀଳ ଜିଲ୍ଲା ହେଉଛି ଗଜପତି ଜିଲ୍ଲା। ତେଣୁ ତୁରନ୍ତ ରାସ୍ତାଘାଟ ମରାମତି ସହ କ୍ଷତିଗ୍ରସ୍ତଙ୍କୁ ସରକାର ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।