ମହାନଦୀ ସାତକୋଶିଆ ଗଣ୍ଡରେ କେତେ ଅଛନ୍ତି କୁମ୍ଭୀର, ଚାଲିଛି ଗଣନା

ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ

ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ । ମହାନଦୀ ସାତକୋଶିଆ ଗଣ୍ଡରେ କେତେ ଅଛନ୍ତି କୁମ୍ଭୀର, ଚାଲିଛି ଗଣନା । ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ । ଏଥିପାଇଁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ, ମହାନଦୀ ଓ ଆଠମଲ୍ଲିର ବନଖଣ୍ଡରେ ମୋଟ ୧୪ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମରେ ୪ରୁ ୫ଜଣ ଲେଖାଏଁ ମୋଟ ୭୦ ବନ କର୍ମଚାରୀ ଓ ଗବେଷଣା କରୁଥିବା ବ୍ୟକ୍ତି ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ୧୨ଟି ଦେଶୀ ଡଙ୍ଗା ଓ ୨ଟି ବୋଟ୍, ଶକ୍ତିଶାଳୀ କ୍ୟାମେରା , ବାଇନାକୁଲର ସାହାଯ୍ୟରେ ଚାଲିଛି ଗଣନା । ଗତବର୍ଷ ମହାନଦୀ ଗଣ୍ଡରେ ମୋଟ ୧୧୫ଟି କୁମ୍ଭୀର ରହିଥିଲେ । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ବନ ବିଭାଗ ପକ୍ଷରୁ ନଦୀକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ମହାନଦୀର ସାତକୋଶିଆ ଗଣ୍ଡ ଓ ଶିଶୁପଥର ଡ୍ୟାମରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *