YouTubeର ସବୁ ରେକର୍ଡ ଭାଙ୍ଗିଲେ ରୋନାଲ୍ଡୋ

୨୪ ଘଣ୍ଟାରେ ୧୦ ମିଲିୟନ୍‌ ସବ୍‌ସ୍କ୍ରାଇବର

ସବୁ ରେକର୍ଡ ଭାଙ୍ଗିଲେ ପର୍ତ୍ତୁଗାଲର କିମ୍ବଦନ୍ତୀ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଫୁଟବଲ ଇତିହାସରେ ଅନେକ ରେକର୍ଡ ଭାଙ୍ଗିଛନ୍ତି । ଫୁଟବଲରେ ରୋନାଲ୍ଡୋଙ୍କ ନାମରେ ଅନେକ ରେକର୍ଡ ମଧ୍ୟ ରହିଛି। କିନ୍ତୁ ଏବେ କ୍ରୀଡା ଜଗତ ବାହାରେ କ୍ରିଷ୍ଟିଆନୋ ଏକ ସ୍ୱତନ୍ତ୍ର ରେକର୍ଡ ନିଜ ନାଁରେ କରିଛନ୍ତି । ରୋନାଲ୍ଡୋ ନିକଟରେ ତାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ କରିଛନ୍ତି। ଯାହା ବିଷୟରେ ସେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ସେ ତାଙ୍କର ନୂଆ ୟୁଟ୍ୟୁବ ଚ୍ୟାନେଲ ସହିତ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି । ରୋନାଲ୍ଡୋ ମାତ୍ର ୯୦ ମିନିଟରେ ୧ ମିଲିୟନ୍ ସବସ୍କ୍ରାଇବର ନିଜ ଚ୍ୟାନେଲରେ ଯୋଡ଼ିଛନ୍ତି । କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଚ୍ୟାନେଲ ଲଞ୍ଚ ହେବା ପରେ ସବ୍‌ସ୍କ୍ରାଇବର ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଚ୍ୟାନେଲରେ ୨୪ ଘଣ୍ଟା ମଧ୍ୟରେ ୧୦ ମିଲିୟନ୍‌ ସବ୍‌ସ୍କ୍ରାଇବର ଯୋଡ଼ି ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସବସ୍କା୍ରାଇବର ୨୮ ମିଲିୟନରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *