ସମ୍ବଲପୁରରେ ଏନକାଉଂଟର

ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡ଼ଙ୍ଗୀଙ୍କୁ ଏନକାଉଂଟର

ସମ୍ବଲପୁରରେ ଏନକାଉଂଟର। ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡ଼ଙ୍ଗୀଙ୍କୁ ଏନକାଉଂଟର। କୁଚିଣ୍ଡା ରଙ୍ଗିଆଟିକ୍ରାରେ ପୋଲିସର ଏନକାଉଂଟର। ସୀତାରାମ ନାଁରେ ଅଛି ୨୫ରୁ ଅଧିକ ଅପରାଧିକ ମାମଲା। ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଅଛି ମାମଲା। ଗିରଫ କରିବାକୁ ଯାଇଥିବା ପୋଲିସ ଉପରକୁ ଗୁଳି ଚଳାଇଥିଲା। ସୀତାରାମର ବାମ ଗୋଡ଼ରେ ବାଜିଛି ଗୁଳି। କୁଚିଣ୍ଡା ମେଡିକାଲରେ ପ୍ରାଥମିକ ଚିକତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୀତାରାମ ନିକଟରୁ ଦେଶୀ ପିସ୍ତଲ ଜବତ। ଗୋଟିଏ ଗୁଳି ଓ ୨ଟି ବ୍ୟବହୃତ କ୍ୟାଟ୍ରିଜ ଜବତ। ଏକ ଲକ୍ଷ ଟଙ୍କା ଓ ନମ୍ବର ବିହୀନ ଏକ ବାଇକ ଜବତ କରିଛି ପୋଲିସ।