ଅପରାଧ ରୋକିବ କମିସନରେଟ ପୋଲିସର ‘ସହଭାଗିତା’ !

୨୪ଘଣ୍ଟା ସିସିଟିଭି ନଜରରେ ରହିବ ରାଜଧାନୀ

ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । କହିବାକୁ ଗଲେ ଅପରାଧର ପୁରା ପେଣ୍ଠସ୍ଥଳୀ ପାଲଟିଛି ଭୁବନେଶ୍ବର । ଯାହାକୁ ନେଇ ଏବେ ପୁରା ଚିନ୍ତାରେ ପଡିଛି କମିଶନରେଟ ପୁଲିସ । ଖାଲି ସେତିକି ନୁହେଁ ପୋଲିସ ପାଇଁ ଅପରାଧୀ ଏବେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଯାହାକୁ ନେଇ ଏବେ ଉପାୟ ପାଞ୍ଚିଛି କମିସନରେଟ ପୋଲିସ । ଏବେ ରାଜଧାନୀକୁ ନଜରରେ ରଖିବ ସିସିଟିଭି । ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛ କମିସନରେଟ ପୋଲିସର ନୂଆ ସ୍କିମ ସହଭାଗିତା ଯୋଜନା । ଏହି ଯୋଜନା ମାଧ୍ୟମରେ ସହଯୋଗ ଲୋଡିବ ପୋଲିସ ।

ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନରେ ଲାଗିଥିବା ସିସିଟିଭିର ଆକ୍ସେସ ନେବ କମିଶନରେଟ ପୋଲିସ । ଖାଲି ସେତିକି ନୁହେଁ ଭୁବନେଶ୍ୱରରେ ଥିବା ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ ଯଥା ସପିଂ ମଲ୍,ସୁନା ଦୋକାନ,ମାର୍କେଟ କମ୍ପେ୍ଲକ୍ସ,ହୋଟେଲ,ରେଷ୍ଟୁରାଂଟ,ବିଭିନ୍ନ ବଡ ଦୋକାନ ସମେତ ବ୍ୟାଙ୍କ ଆପାର୍ଟମେଂଟ ଇତ୍ୟାଦି ଯୋଡିହେବେ କମିଶନରେଟ ପୋଲିସ ସହ । ଏହିସବୁ ଅନୁଷ୍ଠାନ ମାନଙ୍କ ଦ୍ୱାରା ସିସିଟିଭିର ସେର୍ଭଲାନ୍ସରେ ରହିବ ରାଜଧାନୀ ଭୁବନେଶ୍ୱର ।

ରାସ୍ତା ଆଡକୁ ମୁହାଁଇଥିବା ସିସିଟିଭିର ଆକ୍ସେସ ନେବ କମିଶନରେଟ ପୋଲିସ । ରାସ୍ତା ମୁହାଁ ସିସିଟିଭିର ଆଇ.ପି ଆଡ୍ରେସ ପୋଲିସ କଂଟ୍ରୋଲ ରୁମ ସହ ସେୟାର କରିବେ ଅନୁଷ୍ଠାନ ମାଲିକ ଯାହା ଫଳରେ ଅପରାଧ ଘଟାଇ ଫରୋର ହେଉଥିବା ଦୁର୍ବୁତଙ୍କ ଉପରେ ସିଧାସଳଖ ନଜର ରଖିବାକୁ ହେବ ସୁବିଧା । ତେବେ ଅପରାଧକୁ ରୋକିବାକୁ ପୋଲିସ ଅପଣାଇଥିବା ଏହି ସହଭାଗିତା ପୋଲିସକୁ କେତେ ସହାୟକ ହେଉଛି ତାକୁ ଦେଖିବାକୁ ବାକି ରହିଲା ।