ଜାନୁଆରୀରେ ୧୧୧ଟି ହତ୍ୟା
୨୦୨୫ ଜାନୁଆରୀ ଥିଲା ଅପରାଧ ମାସ । ଉକ୍ତ ମାସରେ ହୋଇଛି ୧୧୧ଟି ହତ୍ୟା, ୨୦ଟି ଡକାୟତି, ୧୫୦୯ଟି ଚୋରି । ୧୦୧ ଦଙ୍ଗା, ୧୯୪ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ, ୯୭ ଯୌନ ନିର୍ଯ୍ୟାତନା, ୧୪୯ ମହିଳା ଅସଦାଚରଣ, ୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୧ ଟି ମହିଳାଙ୍କୁ ହଇରାଣ କରିବା ସଂକ୍ରାନ୍ତରେ ମାମଲା ରୁଜୁ ହୋଇଛି । ସେହିପରି ଗତ ବର୍ଷ ଅର୍ଥାତ୍ ୨୦୨୪ ରେ ୧୨୫୮ ହତ୍ୟା ହୋଇଥିବା ବେଳେ ୩୫୬ ଡକାୟତି, ୧୭୮୦୫ ଚୋରି, ୧୪୭୧ ଦଙ୍ଗା, ୨୫୦୧ ସାଇବର ଅପରାଧ, ୭୨୯୯ ଅସଦାଚରଣ, ୧୦୮୨ ଯୌନ ନିର୍ଯାତନା, ୧୮୩୯ ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୬୫ ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଏନେଇ ଆଜି ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ସେହିପରି ରାଜ୍ୟରେ ୩ ବର୍ଷରେ ୨୦୬୪ ଜଣ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । । ନଦୀ, ସମୁଦ୍ର, ପୋଖରୀରେ ବୁଡ଼ି ୨୦୬୪ ଜଣଙ୍କ ମୃତ୍ୟୁ ହୋଇଛି। କଟକରେ ସର୍ବାଧିକ ୨୫୨ ଜଣଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ମୟୂରଭଞ୍ଜରେ ୨୫୧, କୋରାପୁଟରେ ୨୦୭ ଓ ନବରଙ୍ଗପୁରରେ ୧୦୨। ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନରେ ମୁ୍ଖ୍ୟମନ୍ତ୍ରୀଙ୍କ ଉତ୍ତର ।
